କଟକ: ମତ୍ତଗନ୍ଦପୁର ଖେଳ ପଡ଼ିଆରେ ଖେଳାଯାଇଥିବା ମତ୍ତଗନ୍ଦପୁର-ହାଟସାହି ପ୍ରିମିୟର୍ କ୍ରିକେଟ୍ ଲିଗ୍ରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ତେବେ ଏହି ଲିଗ୍ ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ ଇଣ୍ଡିଆନ୍ ବ୍ଲୁ ଏବଂ ବାସୁଦେବ ସୁପରକିଙ୍ଗସ୍। ଇଣ୍ଡିଆନ୍ ବ୍ଲକୁ ହରାଇ ବାସୁଦେବ ସୁପରକିଙ୍ଗସ୍ ଚାମ୍ପିୟନ୍ ହୋଇଥିଲା। ଏହି ଉଦ୍ଯାପନୀ ଉତ୍ସବରେ ‘ଭାରତ ମସଲା’ର ମ୍ୟାନେଜିଂ ଡାଇରେକ୍ଟର ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଚାମ୍ପିୟନ୍ ଟିମ୍କୁ ୫୦ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରିଥିଲେ। ଏଥିସହ ଅନର୍ସଅପ୍ ଇଣ୍ଡିଆନ୍ ବ୍ଲକୁ ୩୦ ହଜାର ଟଙ୍କା ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଅକ୍ଷୟ ପରିଡ଼ା, ଦିଲ୍ଲୀପ ସାହୁ, କର୍ମକର୍ତ୍ତା ଦିଲ୍ଲୀପ ପଣ୍ଡା, ବିକ୍ରମ ବେହେରା, ଚନ୍ଦ୍ରକାନ୍ତ ବେହେରା, ଦୀପକ ବେହେରା, ରାଜା, ପପୁ, ରବି, ଇଲୁନା, ଫନି, ପପୁନ୍, ବାପି, ରାଜେଶ, ଫେଲୁ, ଚିଣ୍ଟୁ, ଚିକୁ, ମେଘୁଆ ଏବଂ ସୋମନାଥ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ।
ବାସୁଦେବ ସୁପରକିଙ୍ଗସ୍ ଚାମ୍ପିୟନ୍ – Fast News Network

Comment