ଭଦ୍ରକ,:ଏହି ଜିଲାର ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତର ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସୁକୁମାର ଜେନା ସଭାପତିତ୍ୱ କରିଥିଲେ । ଆଜିର ଏହି ସଭାରେ ଦୋସିଙ୍ଗା ପଂଚାୟତର ବହୁ ସାଙ୍ଗଠøନିକ କର୍ମକର୍ତ୍ତା ଯୋଗ ଦେଇ ବିଗତ ଦିନ ମାନଙ୍କରେ କିପରି ଏହି ପଂଚାୟତର ବାଟ ମାରଣା ଚାଲିଥିଲା ତାହାର ସମସ୍ତ ହିସାବ ରଖିଥିଲେ । ଗତ ପଂଚାୟତ ନିର୍ବାଚନରେ ଏହି ପଂଚାୟତରେ କଂଗ୍ରେସ ଏବଂ ଅନ୍ୟ ଦଳର କର୍ମୀ ଦୋସିଙ୍ଗା ବିକାଶ ମଂଚ ରେ ସରପଂଚ ଏବଂ ସମିତିସଭ୍ୟ ପଦବୀ ହାସଲ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବା ପରେ ଏହି ମଂଚର ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ବାଟ ମାରଣା କରିଥିଲେ ସେ ବିଷୟରେ ବିଜୁ ଜନତା ଦଳର ସଂପାଦକ ଅତୁଲ ଜାନା ବକ୍ତବ୍ୟ ରଖିଥିଲେ । ବିଜଦ ପକ୍ଷରୁ ସରପଂଚ ପ୍ରାର୍ଥୀ ରାମକୃଷ୍ଣ ଜାନା ସମିତିସଭ୍ୟା ପ୍ରାର୍ଥୀ ମମତାବାଳା ସେଠୀ ଙ୍କ ସହ ୫ନଂ ଜୋନର ଜିଲ୍ଲା ପରିଷଦ ପ୍ରାଥୀ ବଳଭଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବାକୁ ହେଲେ ପଂଚାୟତ ନିର୍ବାଚନୀରେ ଶାସକ ଦଳର ସମସ୍ତ ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ମାନଙ୍କୁ ଯିତାଇବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଜାନା,ଅତୁଲ ଜାନା, ସତ୍ୟେନ ମାନ୍ନା, ପ୍ରତାପ ରାଉତ, ଦୁଲାଲ ସିଂ, ବିଜୟ ବେରା, ରାମଚନ୍ଦ୍ର ନାୟକ,ମଂଟୁ ମାଳି, ସୁବାଶ ବେରା, ମୁଜିବୁର ଅଲ୍ଲି ଖାଁ, ମାନିକ ଦିନ୍ଦା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ନିର୍ବାଚନୀ ସଭାରେ ମୁଖ୍ୟ ଆକର୍ଷଣ ଭଦ୍ରକ ସାଂସଦ ମଞୁଲତା ମଣ୍ଡଳ ଯୋଗ ଦେଇ ଶାସକ ଦଳର ସମସ୍ତ କର୍ମୀ ମାନଙ୍କୁ ଜିତାଇ ଆଣିଲେ ଆଗାମୀ ଦିନରେ ଦୋସିଙ୍ଗା ପଂଚାୟତବାସୀ ଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ ।
ଦୋସିଙ୍ଗାରେ ଶାସକ ଦଳର ନିର୍ବାଚନୀ ସଭାରେ ଭଦ୍ରକ ସାଂସଦଙ୍କ ଯୋଗଦାନ

You Might Also Like
- Advertisement -
Comment