ହୃଦଘାତରେ ହିନ୍ଦୀ ଟେଲି ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ

Odisha Hot News
1 Min Read

ମୁମ୍ବାଇ: ହିନ୍ଦୀ ଟେଲି ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ ଘଟିଛି। ବୁଧବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସୋସିଆଲ ମିଡିଆରେ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି। ଟେଲି ଜଗତର ହ୍ୟାଣ୍ଡସମ୍‌ ହଙ୍କ୍‌ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପୂରା ଟେଲି ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। ଦେଶବ୍ୟାପୀ ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ଏକ ଶକ୍ତ ଝଟକା ଲାଗିଛି।
ବିଗ ବସ୍‌ ସିଜନ ୧୩ରେ ବିଜେତା ଥିଲେ ସିଦ୍ଧାର୍ଥ। ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ ତାଙ୍କର ବହୁଚର୍ଚ୍ଚିତ ସିରିଏଲ ଥିଲା। ଏହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଦୁଃଖର କଥା ଏହି ସିରିଏଲର ପ୍ରମୁଖ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ କିଛି ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ଏହି ସିରିଏଲର ଏହି ଦୁଇଟି ବଡ ତାରକା ଆମ ଗହଣରେ ନାହାନ୍ତି। ‘ବାବୁଲ କା ଆଙ୍ଗନ ଛୁଟେନା’, ‘ବାଳିକା ବଧୁ’, ‘ଦିଲ୍‌ ସେ ଦିଲ୍‌ ତକ’, ୨୦୧୩ରେ ରିଆଲିଟି ସୋ’ ‘ଝଲକ ଦିଖାଲେ ଆଜା’ରେ ନଜର ଆସିଥିଲେ ସିଦ୍ଧାର୍ଥ।

Share This Article