ଏନ୍‌ସିବି ଅଫିସରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଝାଳନାଳ

Odisha Hot News
2 Min Read

ମୁମ୍ବାଇ: ଏନ୍‌ସିବି ଅଫିସ ଛାଡ଼ିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏନ୍‌ସିବି ପକ୍ଷରୁ ୨ ଘଣ୍ଟା ଜେରା କରିବା ପରେ ଅନ୍ୟନ୍ୟାଙ୍କୁ ଛାଡ଼ି ଦିଆଯାଇଛି। ହେଲେ ପୁଣି ଆସନ୍ତାକାଲି ଏନ୍‌ସିବି ଅଫିସରେ ହାଜର ହେବାକୁ ତାଙ୍କୁ ନୋଟିସ୍‌ କରାଯାଇଛି। ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ ଲାପଟପ ଏବଂ ମୋବାଇଲ ଫୋନ ଜବତ କରାଯାଇଛି।
ପୂର୍ବରୁ ଗିରଫ ହୋଇଥିବା ଆର୍ଯ୍ୟନ୍‌ ଖାନଙ୍କ ସହ ଡ୍ରଗସ୍‌ କାର ବାର ସମ୍ପର୍କର ଖିଅ ମିଳିବା ପରେ ଅନନ୍ୟାଙ୍କ ଘରେ ଏହି ରେଡ୍‌ କରାଯାଇଥିଲା। ଏନେଇ ଡ୍ରଗ୍ସ ନିରୋଧି ଏଜେନ୍ସି ଏନ୍‌ସିବି ପକ୍ଷରୁ ଅନନ୍ୟା ପାଣ୍ଡେଙ୍କୁ ହାଜର ପାଇଁ ନୋଟିସ କରାଯାଇଥିଲା। ତାଙ୍କ ପିତା ଚୁଙ୍କି ପାଣ୍ଡେଙ୍କ ସହ ଏନସିବି କାର୍ଯ୍ୟାଳୟରେ ଆଜି ପହଞ୍ଚି ଥିଲେ ଅନନ୍ୟା। ତେବେ ଡ୍ରଗସ୍‌ କାରବାରରେ ତାଙ୍କ ସମ୍ପୃକ୍ତି ନେଇ ମାରାଥନ୍‌ ଜେରା କରିଥିଲା ଏନ୍‌ସିବି।
ଗତ ଅକ୍ଟୋବର ୨ ତାରିଖରେ ଏକ କ୍ରୁଜ୍ ଜାହାଜରୁ ଡ୍ରଗ୍ସ ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ହ୍ୱାଟ୍‌ସଆପ୍‌ ଚାର୍ଟରେ ଅନନ୍ୟା ପାଣ୍ଡେଙ୍କ ନାଁ ଆସିଥିଲା। ଅନନ୍ୟା ଓ ଆର୍ଯ୍ୟନ୍‌ ଉଭୟେ ଷ୍ଟାର କିଡ୍‌ ହୋଇଥିବାରୁ ଅନନ୍ୟା ଓ ଆର୍ଯ୍ୟନଙ୍କ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଟ ମଧ୍ୟ। ୨୨ ବର୍ଷୀୟ ଅନନ୍ୟା ୨୦୧୯ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।
ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ମେସେଜ ଦିଆନିଆ ହୋଇଥିଲା। ଯାହା ଏନ୍‌ସିବି ହାତରେ ଲାଗିଥିଲା। ସେହିକ୍ରମରେ ଏନ୍‌ସିବି ଚଢ଼ାଉ କରି ଅନନ୍ୟାଙ୍କୁ ଜେରା କରିବାକୁ ଡାକି ଥିଲା ଏନସିବି ।
ଏହା ପୂର୍ବରୁ ୨ ଦିନ ତଳେ ଏକ ଖବର ଆସିଥିଲା ଯେ ଜଣେ ଅଭିନେତ୍ରୀଙ୍କ ସହିତ ଆର୍ଯ୍ୟନ ଡ୍ରଗ୍ସ ନେଇ ହ୍ୱାଟ୍ସଆପ୍‌ରେ ଚାଟ୍ କରିଥିଲେ। ଆଉ ତାହା ଏନ୍‌ସିବି ହାତରେ ଲାଗିଥିଲା। ସେହି ଚାଟ୍ ମେସେଜ୍‌ ଗୁଡ଼ିକୁ ଏନ୍‌ସିବି କୋର୍ଟରେ ମଧ୍ୟ ଦାଖଲ କରିଥିଲା।

Share This Article