ଭୁବନେଶ୍ବର: ବିଜୁ ଜନତା ଦଳ ଆଉ କେବଳ ଏକ ରାଜନୈତି ଦଳରେ ସୀମିତ ନାହିଁ, ଏହା ଏକ ସାମାଜିକ ଆନ୍ଦୋନଳରେ ପରିଣତ ହୋଇଛି। ଆଉ ଏହି ଦଳର ସଭାପତି ଯାହା କହନ୍ତି ତାହା କରି ଦେଖାନ୍ତି।ଏହାର ଆଉ ଏକ ଜ୍ବଳନ୍ତ ଉଦାହରଣ ହେଉଛି ନିର୍ବାଚନ ଆଚରଣ ବିଧିର ଅନୁପାଳନ। ଏବେ ଗାଁରୁ ନେଇ ସହର ପର୍ଯ୍ୟନ୍ତ ସବୁଠି ରାଜ୍ୟ ସରକାରଙ୍କର ବିଭିନ୍ନ କଲ୍ୟାଣମୂଳକ ଯୋଜନାର ହୋର୍ଡିଂ, ବ୍ୟାନର ଲାଗିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବା ସ୍ଵାଭାବିକ। କିନ୍ତୁ ଏବେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନିୟମ ଅନୁସାରେ ସର୍ବୋଚ୍ଚ ଜନପ୍ରତିନିଧିଙ୍କ ଫଟୋ ରହିବା କଥା ନୁହେଁ। ଏହାର ଅନୁପାଳନ ସ୍ଵରୂପ ସବୁଠି ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ କପଡ଼ା ଲଗାଇ ଘୋଡ଼ାଇ ଦିଆଯାଇଛି।
ଭୋଟର ମାନେ ଯେପରି ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ରାଜ୍ୟ ପ୍ରଶାସନ ଦୃଷ୍ଟି ଦେଇ ଏହି ପଦକ୍ଷେପ ନେଇଛି। କିନ୍ତୁ କେନ୍ଦ୍ର ସରକାର କିମ୍ୱା ବିଜେପି କ୍ଷେତ୍ରରେ ଏଥିରେ ଘୋର ବ୍ୟତିକ୍ରମ ଦେଖା ଦେଇଛି। ପୂର୍ବଭଳି ପେଟ୍ରୋଲ ପମ୍ପ୍, ଜାତୀୟ ରାଜପଥ, ବିମାନବନ୍ଦର ଆଦି ସ୍ଥାନରେ ଲାଗିଥିବା କେନ୍ଦ୍ର ସରକାରଙ୍କ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରାଟ ଫଟୋ ପୂର୍ବଭଳି ଶୋଭା ପାଉଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା କିମ୍ୱା ଆବୃତ୍ତ କରି ରଖିବା ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଏକାଧିକ ବାର ଦାବି କରିଛି। ଏ ସମ୍ପର୍କିତ ତଥ୍ୟ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛି। କିନ୍ତୁ ଫଳ ଶୂନ।
ତେବେ ଗଣତନ୍ତ୍ର ଏବଂ ବିଧି ବ୍ୟବସ୍ଥା ପ୍ରତି ସମ୍ମାନ ସ୍ଵରୂପ ରାଜ୍ୟ ଶାସନ କଳ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜ୍ଞାପନରୁ ବାଦ୍ ଦେଇଛି।ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମଗ୍ର ଦେଶ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନ କରୁଥିବା ବେଳେ ବିଜୁ ଜନତା ଦଳ ଏବଂ ରାଜ୍ୟ ସରକାର ସର୍ବଦା ବିଧିବ୍ୟବସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରି ଆସୁଛନ୍ତି। କିନ୍ତୁ ବିରୋଧୀ ଦଳରେ ଏହାର ଘୋର ବ୍ୟତିକ୍ରମ ଦେଖା ଦେଉଥିବା ଅଭିଯୋଗ ହେଉଛି।
ମୋଦି ଟିମ୍ ଫେଲ୍ ମାରିଲା, କରି ଦେଖାଇଲା ଓଡ଼ିଶା

Comment