ଦୁଷ୍ମନ୍ତ ମୃତ୍ୟୁ ରହସ୍ୟ: ୨ ୱେବ ସାମ୍ବାଦିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା

Odisha Hot News
1 Min Read

ଭୁବନେଶ୍ୱର : କୁଜଙ୍ଗ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ୨ୱେବ ସାମ୍ବାଦିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା। ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦୁଇ ୱେବ ଚ୍ୟାନେଲ ସାମ୍ବାଦିକ ସହ ଫୋନରେ ଯୋଗାଯୋଗ କରିଥିଲେ ଦୁଷ୍ମନ୍ତ। ସ୍ୱପ୍ନା ଟିଭିର ଦୁଇ ସାମ୍ବାଦିକ ଅସିତ କୁମାର ରାଉତ ଓ ଦୀପ୍ତି ଓରଫ ଦାମୋଦର ସେଠୀଙ୍କ ସହ ଫୋନରେ କଥା ହୋଇଥିବା ମଙ୍ଗଳାବାଗ ପୋଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାରେ ହାଜର ପାଇଁ ସମନ ଜାରି କରିଛି ପୋଲିସ। କେବଳ ମୃତ୍ୟୁ ପୂର୍ବରୁ ନୁହେଁ , ଗଲା କିଛି ଦିନ ହେବ ଏମାନେ ଦୁଷ୍ମନ୍ତଙ୍କ ଯୋଗାଯୋଗରେ ଥିବାରୁ ପୋଲିସ ସ୍କାନରରେ ଏବେ ଏହି ଦୁଇ େଓ୍ଵବ ସାମ୍ବାଦିକ ଆସିଛନ୍ତି।

ଦୁଷ୍ମନ୍ତଙ୍କ ସହିତ ସେମାନେ କଣ କଥା ହୋଇଥିଲେ, ସେନେଇ ପୋଲିସ ପଚରାଉଚରା କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଜତଗସିଂହପୁର ଜିଲ୍ଲା କୁଜଙ୍ଗ ପଙ୍କପାଳର ଦୁଷ୍ମନ୍ତ ଦାସ ବିଧାନସଭା ସାମନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Share This Article