ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା: କିଭଳି କରିଥିଲା ହତ୍ୟା? କ୍ୟାମେରା ଆଗରେ ଅଭିଯୁକ୍ତର ସ୍ୱୀକାରୋକ୍ତି

Odisha Hot News
3 Min Read

ଭୁବନେଶ୍ୱର: ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ନୂଆ ଖୁଲାସା । ଶିଶୁକୁ ହତ୍ୟା କରିଥିବା ସ୍ବୀକାର କରିଛି ନାବାଳକ ଅଭିଯୁକ୍ତ । କେମିତି ଶିଶୁକୁ ହତ୍ୟା କଲା, କେମିତି ଅଖାରେ ଭର୍ତ୍ତି କରି ପୋଖରୀ ହୁଡାରେ ଫିଙ୍ଗିଲା ତାହାର ଖୁଲାସା କରିଛି । ନ୍ୟୁଜ ସେଭେନ ହାତରେ ଲାଗିଛି ଅଭିଯୁକ୍ତର ଏକ୍ସକ୍ଳୁସିଭ୍ ଅଡିଓ ।

ଦୁଇ ଦିନ ତଳେ ଯଦୁପୁର ଶିଶୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ SIT । ଚାଇଲ୍ଡ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଏଥିରେ କେବଳ ନାବାଳକକୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟରେ ୮୫ ଜଣଙ୍କୁ ସାକ୍ଷୀ ରଖାଯାଇଛି । ତେବେ ହତ୍ୟା କରିବା ନେଇ କ’ଣ କହିଛି ଅଭିଯୁକ୍ତ, ଆସନ୍ତୁ ଶୁଣିବା…
ସୂଚନାଯୋଗ୍ୟ ଯେ, ନୟାଗଡ଼ ଯଦୁପୁରରେ ଜଣେ ନାବାଳିକାକୁ ଅପହରଣ କରାଯାଇଥିଲା । ଅନେକ ଦିନ ଧରି ନାବାଳିକାର ପତ୍ତା ନମିଳିବାରୁ , ଶେଷରେ ପରିବାର ଲୋକେ ବିଧାନସଭା ଆଗରେ ଆତ୍ମହୁତୀ ଉଦ୍ୟମ କରିଥିଲେ । ଯାହାକୁ ନେଇ ରାଜ୍ୟରେ ରାଜନୀତି ସରଗରଣ ହୋଇଥିଲା । ରାଜ୍ୟ ସରକାର ଘଟଣାର ପଦକ୍ଷେପ ନେଇ ତୁରନ୍ତ ଘଟଣାରେ ଏସ୍‌ଆଇଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍‌ ଗଠନ କରାଯାଇଥିଲା । ଏସ୍‌ଆଇଟି ଘଟଣାର ତଦନ୍ତ କରି ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିଥିଲା , ଏବଂ ସେହି ଅଭିଯୁକ୍ତ ଜଣଙ୍କ ନିଜ ଦୋଷ ମଧ୍ୟ ସ୍ୱାକାର କରିଥିଲା । କିନ୍ତୁ ସେପଟେ ନାବାଳକର ପରିବାର ଲୋକେ ଏହାକୁ ଅସ୍ୱାକୀର କରିଥିଲେ ।

ଅନ୍ୟପଟେ ଘଟଣାରେ ସିବିଆଇ ତଦନ୍ତ ନେଇ ସୁପ୍ରିମକୋର୍ଟ ମାମଲା ରୁଜୁ କରାଯାଇଛି । ଯାହାର ଶୁଣାଣି ଖୁବଶୀଘ୍ର ହେବାକୁ ଯାଉଛି । ଏପଟେ ଏସଆଇଟି ଟିମ୍‌ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି । ତେବେ ଏସବୁ ଭିତରେ ଭିଡିଓଟି ଚର୍ଚ୍ଚାର ବିଷୟ ପାଲଟିଛି ।

Share This Article