ସାଇବର ଠକେଇର ଶିକାର ହେଲେ ରାଜଧାନୀର ଜଣେ ଅଧ୍ୟାପିକା

Odisha Hot News
1 Min Read

ଭୁବନେଶ୍ବର: ରାଜଧାନୀରେ ପୁଣି ସାଇବର ଠକେଇ । ଠକେଇର ଶିକାର ହୋଇଛନ୍ତି ରାଜଧାନୀର ଜଣେ ଅଧ୍ୟାପିକା । ହଜାରେ କି ଦୁଇ ହଜାର ନୁହେଁ, ଅଧ୍ୟାପିକାଙ୍କ ଠାରୁ ଠକିନେଲେ ୧୯ ହଜାର ଟଙ୍କା । OLXରେ ଓ୍ଵାସିଂ ମେସିନ୍‌ ବିକ୍ରି ପାଇଁ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଅଧ୍ୟାପିକା । ସାଇବର ଠକ ଆଡ୍‌ ଦେଖିବା ପରେ QR କୋଡ ପେ ଲିଙ୍କ୍‌ ପଠାଇ ସ୍କାନ କରିବାକୁ କହିଥିଲା । ସ୍କାନ କରିବା ପରେ ଦୁଇଟି କିସ୍ତିରେ ତାଙ୍କ ଆକାଉଣ୍ଟରୁ ଉଭାନ୍‌ ହୋଇଯାଇଥିଲା ଟଙ୍କା । ଟଙ୍କା ଗାୟବ ପରେ କମିଶନରେଟ ପୋଲିସ ସାଇବର ହେଲପ ଡେସ୍କର ଦ୍ୱାରସ୍ଥ ହୋଇଛନ୍ତି ଅଧ୍ୟାପିକା ।

Share This Article