ଭୁବନେଶ୍ବର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରଫୁଲ ନାୟକଙ୍କ ମୃତ୍ୟୁ ଘଟଣାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି। ଗତକାଲି ମୃତଦେହ ବୋହି ନେଉଥିବା ସ୍କୁଟି ଜବତ ହୋଇଛି। ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ରାକେଶର ମୋବାଇଲ ଫୋନ୍ ଜବତ କରିଛି ପୋଲିସ। ରାକେଶ ରହୁଥିବା ସୁନ୍ଦରପଦା ଘରୁ ମୋବାଇଲ ମିଳିଛି। ରାକେଶର ମୋବାଇଲରୁ ଅନେକ ତଥ୍ୟ ମିଳିପାରେ ବୋଲି ଆଶା କରାଯାଉଛି। ଆଜି ଗିରଫ ରାକେଶକୁ ଯାଜପୁର ଜିଲ୍ଲା ଦୌରାଜର୍ଜଙ୍କ ନିକଟରେ ହାଜର କରାଯାଇଛି। ଝରାଫୁଲଙ୍କ ମୃତ୍ୟୁ ଗୁମର ଫିଟାଇବ କି ଜବତ ମୋବାଇଲ ଫୋନ୍? ଏ ନେଇ ଖୁଆଖିଆ ପୋଲିସ ଛାନ୍ଭିନ୍ ଆରମ୍ଭ କରୁଛି।
ସ୍ବାଭାବିକ ମୃତ୍ୟୁ ନା ହତ୍ୟା, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ରାକେଶର ବୟାନ ଅନୁସାରେ, ଖାଇବା ପରେ ଝରାଫୁଲଙ୍କ ବାନ୍ତି ହୋଇଥିଲା। ପରେ ସେ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ଅବସ୍ଥାରେ ଝରାଫୁଲଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିବା ରାକେଶ କହିଛି। ଅନ୍ୟପଟେ ମୃତ୍ୟୁ ଘଟଣାକୁ ନେଇ ସସ୍ପେନ୍ସ ଲାଗି ରହିଛି। ଝରାଫୁଲଙ୍କ ମୃତ୍ୟୁ ପରେ ଯାଜପୁରରେ ମୃତଦେହ କାହିଁକି ଫିଙ୍ଗିଲା? ଯଦି ଝରାଫୁଲ ଅସୁସ୍ଥ ହୋଇପଡିଲେ, ତାଙ୍କୁ ହସ୍ପିଟାଲରେ ଦେଖାଇଲେ ନାହିଁ କାହିଁକି ରାକେଶ? ଏମିତି ପ୍ରଶ୍ନ ସାଧାରଣରେ ଉଠୁଛି। ଏହି ଘଟଣା ଉପରୁ ପରଦା କେବେ ଉଠିବ, ତାହା ବି କହିବା ଅସମ୍ଭବ। ତେବେ ହତ୍ୟା ନା ସ୍ବାଭାବିକ ମୃତ୍ୟୁ, ତାହା ବର୍ତ୍ତମାନ ବି ଜଣାପଡି ନାହିଁ।
Comment