ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ଜଣ : ୧୬୦ଜଣଙ୍କର ହୋଇଛି ନମୁନା ପରୀକ୍ଷା, ୭ କରୋନା ପଜିଟିଭ

Odisha Hot News
1 Min Read

ଭୁବନେଶ୍ବର: ବ୍ରିଟେନରେ ରୂପାନ୍ତରିତ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଏଥିରେ ଆକ୍ରାନ୍ତ ହୋଇ ଭାରତ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଯାବତ୍ ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୮ଜଣ ଯାତ୍ରୀ।
ସେଥିରୁ ୧୭୯ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୬୦ଜଣଙ୍କ ନମୂନା ପରୀକ୍ଷା ହୋଇସାରିଛି । ମୋଟ ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କୁ ମିଶାଇ ୨୦୪ଜଣଙ୍କର ଆରଟି-ପିସିଆର ପରୀକ୍ଷା କରାଯାଇଛି। ପରୀକ୍ଷା ପରେ ୭ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର।

୭ଜଣଙ୍କ ମଧ୍ୟରେ ବ୍ରିଟେନ ଫେରନ୍ତା ୪ଜଣ ଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଏହା ସହ
୬ଜଣଙ୍କର ଜିନମ ଷ୍ଟଡ଼ି ପାଇଁ ପଠାଯାଇଥିବା ନେଇ ସୂଚନା ଦେଇଛନ୍ତି ନିରଂଜନ ମିଶ୍ର। ପୂର୍ବରୁ ନଭେମ୍ବର ୩୦ରୁ ଡିସେମ୍ବର ୨୧ ଯାଏଁ ୧୮୧ ଜଣ ଓଡ଼ିଶା ଫେରିଥିବା ବେଳେ ସେ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିପାରିଥିବା ନେଇ ସୂଚନା ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ହେଲେ ବାକି ୬୨ ଜଣ ଭୁଲ ଫୋନ ନମ୍ବର, ଠିକଣା ଦେଇଥିବାରୁ ସେମାନଙ୍କ ପତ୍ତା ମିଳିପାରି ନ ଥିବା ଜଣାପଡ଼ିଥିଲା।

Share This Article