ଯାଜପୁର: ବିଦ୍ୟୁତ ବିଭାଗ ଅବହେଳା ନେଇଗଲା ଚାଷୀର ଜୀବନ । ତେବେ ବିଦ୍ୟୂତ ବିଭାଗର ଅପରାଗତ ଯୋଗୁଁ କେତେବେଳେ ହାତୀର ମୃତ୍ୟୂ ହେଉଛି ତ ଆଉ କେତେବେଳେ ଧନଜୀବନ ନଷ୍ଟ ହେଉଛି । ତେବେ ଗତ କିଛି ଦିନ ତଳେ ହାତୀଙ୍କ ଜୀବନ ଯାଇଥିବା ବେଳେ ଏବେ ପୁଣି ବିଦ୍ୟୁତ ଆଘାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି । ଏଭଳି ଦୁଖଦଃ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ବ୍ଳକ ରହେମାନପୁର ଗାଁରେ । ମୃତ ଚାଷୀ ଜଣଙ୍କ ହେଲେ ରବି ମଳିକ । ସୂଚନା ମୁତାବକ, ରବି ଶୁକ୍ରବାର ଦିନ ସକାଳୁ ଧାନ କାଟିବାକୁ ବିଲକୁ ଯାଇଥିବା ବେଳେ ଛିଡିପଡିଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ରବିଙ୍କ ମୃତ୍ୟୁକୁ ନେଇ ରହେମାନପୁର ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବୀ କରିଛନ୍ତି । ଅନ୍ୟପେ ଟ ରବିଙ୍କ ପରିବାର କହିଲେ ୪ ଝିଅ । ତେବେ ବଡ ଝିଅର ବାହାଘର ହୋଇସାରିଥିବା ବେଳେ ଆଉ ତିନି ଝିଆ ପାଠ ପଢୁଛନ୍ତି । ତେଣୁ ଏନେଇ ରବିଙ୍କ ସଂମ୍ପର୍କୀୟ ଦାବି କରିଛନ୍ତି କି ,ଆର୍ଥିକ ସହୟତା ଯୋଗାଇ ଦେବାସହ ୩ ଜଣ ଝିଅଙ୍କୁ ଥଇଥାନ କରିବାକୁ । ସେପଟେ ଗାଁ ଲୋକଙ୍କ ଜରି ଆରେ ବିଦ୍ୟୁତ ବିଭାଗ ନାମରେ ଥାନା ରେ ଏତଲା ଦାୟର କରାଯାଇଛି । ଏତଲାକୁ ନେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।