ପରୀ ହତ୍ୟା ଓ ଦୁଷ୍କର୍ମ ଉପରୁ ହଟିଲା ପରଦା:ହତ୍ୟା ଓ ଦୁଷ୍କର୍ମ ପଛରେ ରହିଛି ‘ବ୍ଲୁ’ ଫିଲ୍ମ

Odisha Hot News
2 Min Read

ଭୁବନେଶ୍ବର: ପରୀ ହତ୍ୟାକାଣ୍ଡ ପଛରେ ରହିଛି ଚାଇଲଡ୍ ପର୍ଣ୍ଣଗ୍ରାଫି। ପରୀ ସହ ଦୁଷ୍କର୍ମ କରିବା ପୂର୍ବଦିନ ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ବା ବ୍ଲୁ ଫିଲ୍ମ  ଦେଖିଥିଲା। ଅଭିଯୁକ୍ତ ଅନେକ ସମୟରେ ଭଉଣୀ ମୋବାଇଲରେ ଚାଇଲ୍ଡ ପର୍ଣ୍ଣଗ୍ରାଫି ଦେଖେ। ଘଟଣା ପୂର୍ବଦିନ ରାତିରେ ମଧ୍ୟ ସେ ଚାଇଲ୍ଡ ପର୍ଣ୍ଣଗ୍ରାଫି ଦେଖିଥିଲା। ପରଦିନ ପରୀକୁ ଏକୁଟିଆ ଦେଖି ତାର ସୁଯୋଗ ନେବାପାଇଁ ଚେଷ୍ଟା କରିଥିଲା ସରୋଜ ।

ଅରୁଣ ବୋଥ୍ରା କହିଛନ୍ତି ସରୋଜ, ପରୀ ସହ ଦୁଷ୍କର୍ମ ଉଦ୍ୟମ କରିବାରୁ ସେ କାନ୍ଦିଥିଲା। ଏଥିରେ ବିବ୍ରତ ହୋଇ ସରୋଜ ପରୀ ତଣ୍ଟିକୁ ଚିପି ହତ୍ୟା କରିଥିଲା। ପରୀ ମରିଯିବା ପରେ ମଧ୍ୟ ସେ ମୃତଦେହ ସହ ଦୁଷ୍କର୍ମ କରିଥିଲା। ଏହାପରେ ପରୀ ମୃତଦେହକୁ ଏକ ଅଖାରେ ପୁରାଇ ପାଖରେ ଥିବା ଏକ ପୋଖରୀ ହୁଡ଼ାରେ ଲୁଚାଇ ଦେଇଥିଲା। ପରେ ଘରେ ରହି ଯାଇଥିବା ପରୀର ଲେଗିଙ୍ଗ୍କୁ ପୋଖରୀରେ ଫିଙ୍ଗି ଦେଇଥିଲା।।

ଏଭଳି ହୃଦୟବିଦାରକ କାଣ୍ଡ କରିବା ପରେ ଅଭିଯୁକ୍ତ ସରୋଜ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲା। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦେଇଥିବା ସୂଚନା ଅନୁସାରେ ଘଟଣା ଦିନ ପରୀ ସବୁଦିନ ଭଳି ସରୋଜ ଘରକୁ ଯାଇଥିଲା । ପ୍ରତିଦିନ ସରୋଜ ଘରକୁ ପରୀ ସହ ଗାଁର ଅନ୍ୟ ପିଲା ଜାମୁକୋଳି ଖାଇବାକୁ ଯାଆନ୍ତି। ସରୋଜର ଭଉଣୀ ଛୋଟ ପିଲାଙ୍କୁ ଭଲ ପାଉଥିବାରୁ ତାଙ୍କ ଘରକୁ ପରୀ ସହ ଅନ୍ୟ ପିଲାମାନେ ମଧ୍ୟ ଯିବା ଆସିବା କରନ୍ତି।

ଘଟଣା ଦିନ ପରୀ ସରୋଜ ଘରକୁ ଏକୁଟିଆ କୋଳି ଖାଇବାକୁ ପଳାଇଥିଲା।ଯେହେତୁ ସେ ସମୟରେ ପରୀର ଭଉଣୀ ନିଜ ଚାକିରୀକୁ ପଳାଇଥିଲେ ଏବଂ ମା’ ମଧ୍ୟ ଚାକିରୀ କରିବାକୁ ଆଗରୁ ବାହାରି ଯାଇଥିଲେ, ଏହାର ସୁଯୋଗ ନେଇ ପରୀକୁ ନିଜ ଘରକୁ କୋଳି ଖାଇବାକୁ ଡାକି ନେଇଥିଲା ସରୋଜ।ତା ପରେ ନିଜ ଘରର ଏକ ରୁମ୍‌ରେ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରୀ କାନ୍ଦିବାରୁ ତା ତଣ୍ଟି ଚିପି ମାରି ଦେଇଥିଲା ସରୋଜ। ତା ପରେ ମଧ୍ୟ ନିଜର ଯୌନ ଲାଳସା ମେଣ୍ଟାଇବାକୁ ମୃତଦେହ ସହ ଦୁଷ୍କର୍ମ କରିଥିଲା

Share This Article