ଗୁହାରୀ ପରେ ବି ଶୁଣିଲାନି ସରକାର, ଚାଷୀ କଲେ ରାଜରାସ୍ତାରେ ଆନ୍ଦୋଳନ !

Odisha Hot News
1 Min Read


କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକକୁ ଚାଷିମାନେ ସପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଗତ ଅକ୍ଟୋବର ମାସ ଠାରୁ ଉପଜିଲ୍ଲାପାଳ ଓ ତହସିଲଦାର ଏବଂ ୨୨ଗୋଟି ଗ୍ରାମପଞ୍ଚାୟତ ଅଧିକାରୀଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଦାବିପତ୍ର ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ କିଛି ସହୟତା ପ୍ରଦାନ ମିଳିନାହିଁ । ଯାହାକୁ ନେଇ ଚାଷି ମାନଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି । ତେବେ ଆଜି ବ୍ଳକର ହଜାର ହଜାର ଚାଷୀ ଏକତ୍ରୀତ ହୋଇ ଆମପାଣି ଠାରେ ଜାତୀୟ ରାଜପଥ ୨୬ କୁ ଅବରୋଧ କରିଥିବା ଜଣାପଡିଛି । ଏହି ଅବରୋଧ ଯୋଗୁଁ ଭବନାୀପାଟଣା ଜୟପୁର ମଧ୍ୟରେ ଯିବା ଆସିବା କରିବା ସପୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପଟେ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ କୈାଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାନ୍ତି ।

Share This Article
Leave a comment