ଭୁବନେଶ୍ୱର: ଗଞ୍ଜାମ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି ରାଜ୍ୟ ପୋଲିସ୍ କ୍ରାଇମ୍ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) । ତାଙ୍କୁ ବାସଭବନରୁ ଉଠାଇ ନେଇ ପଚରାଉଚରା କରିବା ପରେ IFS ଅଫିସର୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇରେ ସଂପୃକ୍ତି ଅଭିଯୋଗରେ ଗିରଫ କରାଯାଇଛି ।ପାଣିଗ୍ରାହୀଙ୍କୁ ତାଙ୍କ ବାସବବନରୁ ଜଣେ ଏଡିସିନାଲ୍ ଏସ୍.ପି.ଙ୍କ ନେତୃତ୍ୱରେ ଆସିଥିବା ଏକ ପୋଲିସ୍ ଟିମ୍ ଉଠାଇ ନେବା ପରେ ଗଣ ମାଧ୍ୟମ ସହ କଥାବାର୍ତ୍ତା କରି ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କହିଛନ୍ତି ଯେ ଏହି ସମଗ୍ର ମାମଲା ଏକ ଷଡ଼ଯନ୍ତ୍ର ଓ ତାଙ୍କ ସ୍ୱାମୀଙ୍କ ଜୀବନ ଏବେ ବିପଦରେ ଅଛି । ପ୍ରଦୀପ ପାଣିଗ୍ରାହୀଙ୍କ କୋଟି କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜେକ୍ସନ୍ ନିୟମ ଅନୁସାରେ ହୋଇଛି ଓ ଏଥିରେ କୌଣସି ବେଆଇନ୍ କାମ ହୋଇନାହିଁ ବୋଲି କହିଛନ୍ତି ସୁଜାତା ।
ପାଣିଗ୍ରାହୀଙ୍କୁ ତାଙ୍କ ବାସବବନରୁ ଜଣେ ଏଡିସିନାଲ୍ ଏସ୍.ପି.ଙ୍କ ନେତୃତ୍ୱରେ ଆସିଥିବା ଏକ ପୋଲିସ୍ ଟିମ୍ ଉଠାଇ ନେବା ପରେ ଗଣ ମାଧ୍ୟମ ସହ କଥାବାର୍ତ୍ତା କରି ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କହିଛନ୍ତି ଯେ ଏହି ସମଗ୍ର ମାମଲା ଏକ ଷଡ଼ଯନ୍ତ୍ର ଓ ତାଙ୍କ ସ୍ୱାମୀଙ୍କ ଜୀବନ ଏବେ ବିପଦରେ ଅଛି । ପ୍ରଦୀପ ପାଣିଗ୍ରାହୀଙ୍କ କୋଟି କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜେକ୍ସନ୍ ନିୟମ ଅନୁସାରେ ହୋଇଛି ଓ ଏଥିରେ କୌଣସି ବେଆଇନ୍ କାମ ହୋଇନାହିଁ ବୋଲି କହିଛନ୍ତି ସୁଜାତା ।
Comment