ଡିସେମ୍ବର ୧ରୁ ନାଇଟ କର୍ଫ୍ୟୁ, କୋଭିଡ ନିୟମ ନ ମାନିଲେ ଗଣିବେ ଦଣ୍ଡ

Odisha Hot News
1 Min Read

ଅମୃତସର: କରୋନା ସଂକ୍ରମଣ ବଢ଼ୁଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସମସ୍ତ ସହର ଓ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ ଓ କୋଭିଡ୍‌ ନିୟମ ନ ମାନିଲେ ଦୁଇ ଗୁଣା ଜୋରିମାରନା ଦେବାକୁ ପଡ଼ିବ।

ଆସନ୍ତା ଡିସେମ୍ବର ୧ରୁ ଏହି ନିୟମ ଲାଗୁ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ସେ କହିଛନ୍ତି, ରାତି ୧୦ଟାରୁ ସକାଳ ୫ଟା ଯାଏ ରାତ୍ରୀ କାଳୀନ କର୍ଫ୍ୟୁ ପାଳନ କରାଯିବ। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସମସ୍ତ ଅନୁଷ୍ଠାନ ଓ ଯାତାୟାତ ବନ୍ଦ ରହିବ। ସେହିପରି ବାହାଘର ପାର୍ଟି, ରେଷ୍ଟୁରାଣ୍ଟ ଓ ହୋଟେଲ ରାତି ୯.୩୦ରୁ ବନ୍ଦ ହେବ।

ଯଦି କେହି କୋଭିଡ ନିୟମ ଉଲ୍ଲଙ୍ଘନ କରେ, ତା’ହେଲେ ତାଙ୍କୁ ୧୦୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଡିସେମ୍ବର ୧ରୁ ୧୫ ଯାଏ ଏଭଳି ନାଇଟ କର୍ଫ୍ୟୁ ଲାଗୁ କରାଯିବ। କରୋନାର ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ଥିବାର ସରକାର ଏଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି।

ମଙ୍ଗଳବାର ପଞ୍ଜାବରେ କରୋନା ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୧୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏପରି କି ପଞ୍ଜାବର ପ୍ରିନ୍ସପାଲ ସଚିବ ସମେତ ୬ ସରକାରୀ ଅଧିକାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ପଦକ୍ଷେପ ପଞ୍ଜାବ ସରକାର ନେଇଥିବା କୁହାଯାଉଛି।

Share This Article