ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସ୍ପଷ୍ଟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

 ଭୁବନେଶ୍ବର: କୋଭିଡ-୧୯ ପରିସ୍ଥିତିରେ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୧୭ରୁ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଥିବା ବେଳେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ଓଡ଼ିଶ‌ାରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖାଯାଇଛି। ଅନଲାଇନ ପାଠ ପଢ଼ାଇବାର ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଢ଼ାଇ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ତେଣୁ ୨୦୨୦-୨୦୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ପଷ୍ଟ କରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

କୋଭିଡ୍ ପରିସ୍ଥିତିରେ ପରୀକ୍ଷା ପାଇଁ ଜାତୀୟ ସ୍ତରରେ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବାକୁ ପ୍ରଧାନନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ନବୀନ ।

ତେଣୁ ୨୦୨୦-୨୦୨୧ ଦଶମ ଏବଂ ଦ୍ବାଦଶ ପରୀକ୍ଷା ନେଇ କେନ୍ଦ୍ର ସ୍ପଷ୍ଟ କରୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସରକାର କିଛି ସ୍ପଷ୍ଟ କରୁନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ବନ୍ଦ୍ବରେ ରହିଛନ୍ତି ।ସବୁ ଉଚ୍ଚ ଶିକ୍ଷା ଏହି ପରୀକ୍ଷା ସହ ଜଡ଼ିତ ଥିବାରୁ ଏ ନେଇ ଜାତୀୟ ଗାଇଡଲାଇନର ଆବଶ୍ୟକତା ରହିଛି, ଯାହା ରାଜ୍ୟକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସାହାଯ୍ୟ କରିବ। ଏହା ସହ ପରୀକ୍ଷା ତାରିଖ ଆସିଲେ ସେହି ଅନୁସାରେ ପ୍ରସ୍ତୁତ ହେବା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହା ସାହାଯ୍ୟ କରିବ। ତେଣୁ ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ, ୨୦୨୦-୨୦୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା କରିବା ନେଇ ସ୍ପଷ୍ଟ କରୁ।

Share This Article