ରାଜ୍ୟରେ ପୁଣି ୧୦ଜଣଙ୍କର ପ୍ରାଣହାନି, ମୃତକଙ୍କ ସଂଖ୍ୟା ହେଲା ୬୨୬ ବୃଦ୍ଧି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୧୦ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୩ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ଜଣେ ୬୬ ଓ ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହା ଛଡ଼ା ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମର ଯେଉଁ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି ତାଙ୍କର ବୟସ ୫୫ ବର୍ଷ। ସୁବର୍ଣ୍ଣପୁରର ଜଣେ ୮୪ ବର୍ଷିୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଠିକ୍ ସେହିପରି କଟକର ଦୁଇଜଣ ପୁରୁଷ ଆକ୍ରାନ୍ତ ଅଛନ୍ତି ଯେଉଁମାନଙ୍କ ବୟସ ଯଥାକ୍ରମେ ୭୪ ଓ ୪୫ ବର୍ଷ। ଏହାଛଡ଼ା ବାଲେଶ୍ବର ଜଣେ ୬୦, କଳାହାଣ୍ଡିର ୬୨, ମୟୂରଭଞ୍ଜର ୬୦ ବର୍ଷିୟ ପୁରୁଷ ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।

ଏଣେ ଆଜି ରାଜ୍ୟରେ ୩୯୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୨୩୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬୫ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ୧୧୫୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୪୯ ରହିଛି।

Share This Article