ଭୁବନେଶ୍ୱର : ୧୨ ଦଫା ଦାବି ନେଇ ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟରେ ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ସଓ୍ବୋ, ଏଆଇସିସିଟିୟୁ, ଏଲ୍ପିଏଫ୍, ୟୁଟିୟୁସିର ଦେଶବ୍ୟାପୀ ପ୍ରାୟ ୨୫ କୋଟି କର୍ମକର୍ତ୍ତା ସାମିଲ ହେବେ। କଂଗ୍ରେସ ଏହାକୁ ସମର୍ଥନ ଜଣାଇଛି। ଓଡ଼ିଶାରେ ମଧ୍ୟ ଟ୍ରେଡ୍ ୟୁନିୟନ୍ଗୁଡ଼ିକର ଆଞ୍ଚଳିକ ଶାଖା ଏହି ଧର୍ମଘଟରେ ସାମିଲ ହେବେ। ଧର୍ମଘଟକୁ ସଫଳ କରିବା ପାଇଁ ପୂରା ଉଦ୍ୟମ କରାଯିବ ବୋଲି ସିଆଇଟିୟୁର ଭୁବନେଶ୍ୱର ସଭାପତି ନବକିଶୋର ମହାନ୍ତି କହିଛନ୍ତି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ଧର୍ମଘଟ ଡାକରା ଦିଆଯାଇଛି। ଅତ୍ୟାବଶ୍ୟକ ସେବା ଛଡ଼ା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିରେ ଅଲ୍ ଓଡ଼ିଶା ଅଟୋ ମହାସଂଘ, ଟ୍ରକ୍ ମହାସଂଘ, ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ଆସୋସିଏଶନ ସାମିଲ ହେବେ ବୋଲି ସେ କହିଛନ୍ତି। ତେବେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ଧର୍ମଘଟରେ ସାମିଲ ହେବନାହିଁ। ଯଦି ସରକାର ସୁରକ୍ଷା ଯୋଗାଇଦେବେ ତେବେ ବସ୍ ଚଳାଚଳ ସ୍ବାଭାବିକ ରହିବ ବୋଲି ସଂଘର ଆବାହକ ଦେବାଶିଷ ନାୟକ କହିଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି, ଜନବିରୋଧୀ ଓ ରାଷ୍ଟ୍ରବିରୋଧୀ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଶ୍ରମିକମାନଙ୍କ ଦାବି ପୂରଣ କରିବାରେ ବିଫଳ ହୋଇଛି। ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ୨୦୧୫ ଜୁଲାଇରୁ ଏ ପର୍ଯ୍ୟନ୍ତ ଭାରତୀୟ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇନାହିଁ। ବିପିସିଏଲ୍କୁ ବିକ୍ରି କରିବା, ବିଏସ୍ଏନ୍ଏଲ୍-ଏମ୍ଟିଏନ୍ଏଲ୍ର ମିଶ୍ରଣ ନିଷ୍ପତ୍ତି ଯୋଗୁ ପ୍ରାୟ ୯୪ ହଜାର କର୍ମଚାରୀଙ୍କ ନିଯୁକ୍ତି ଯିବାର ସମ୍ଭାବନା ରହିଛି। ଏହାଛଡ଼ା ଟ୍ରେଡ୍ ୟୁନିୟନ୍ଗୁଡ଼ିକ ରେଲ୍ଓ୍ବେ ଘରୋଇକରଣ, ଗୋଳାବାରୁଦ କାରଖାନାଗୁଡ଼ିକୁ ନିଗମରେ ପରିଣତ କରିବା ଏବଂ ବ୍ୟାଙ୍କଗୁଡ଼ିକର ମିଶ୍ରଣକୁ ମଧ୍ୟ ତୀବ୍ର ବିରୋଧ କରିଛନ୍ତି।
ଆସନ୍ତାକାଲି ଭାରତ ବନ୍ଦ:ସାମିଲ ହେବନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
