ଜୁଇରେ ଅଗ୍ନି ସଂଯୋଗ ପୂର୍ବରୁ ଫେରିଲା ଚେତା

Odisha Hot News
1 Min Read

ଭଞ୍ଜନଗର  : ଜୁଇରୁ ଜୀଇଁଲା ଶବ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ଗାଁର ସୀମାଞ୍ଚଳ ମଲ୍ଲିକ ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ତେଣୁ ତାଙ୍କ ପରିବାର ଓ ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ହେଲେ ଆଜି ସକାଳେ ଜଙ୍ଗଲରୁ ଅଚେତ ଅବସ୍ଥାରେ ସୀମାଞ୍ଚଳଙ୍କୁ ପରିବାର ଲୋ଼କେ ଉଦ୍ଧାର କରିଥିଲେ। ସେହି ସମୟରେ ତାଙ୍କ ନାଡୀ ଚାଲୁ ନଥିବାରୁ ସେ ମରି ଯାଇଛନ୍ତି ବୋଲି ସମସ୍ତେ ଭାବି ନେଇଥିଲେ। ଏହା ପରେ  ଗାଁ ଓ ପରିବାର ଲୋକେ ତାଙ୍କୁ ଶ୍ମଶାନ ନେଇ ଯାଇଥିଲେ। ତେବେ ମୁଖାଅଗ୍ନି ଦିଆଯିବା ପୂର୍ବରୁ ତାଙ୍କ ପାଟିରୁ ପବନ ବାହାରୁ ଥିବା ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ତୁରନ୍ତ ଗାଁକୁ ନେଇ ଅଟୋ ଯୋଗେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ସୀମାଞ୍ଚଳ କହିଛନ୍ତି, “ମୋତେ ୪ ଦିନ ପୂର୍ବରୁ ଜର ହେଉଥିଲା। ହେଲେ ଶନିବାର ଦିନ କିଛି ଖାଇ ଛେଳି ଚରାଇବାକୁ ଚାଲି ଯାଇଥିଲି। ଛେଳିମାନେ ଚରୁଥିବା ବେଳେ ପ୍ରାୟ ୧୨ଟା ଗୋଟାଏ ବେଳକୁ ମୋତେ ପୁଣି ଜର ଆସିଥିଲା। ଏହାପରେ ମୁଁ ଜଙ୍ଗଲରେ ପଡ଼ି ଯାଇଥିଲି। ମୁଁ ରାତିସାରା ଜଙ୍ଗଲରେ ପଡ଼ି ରହିଥିଲି। ମୋତେ ଜଙ୍ଗଲରୁ ଉଦ୍ଧାର କରିବା ପରେ କୋକେଇରେ ବାନ୍ଧି ଶ୍ମଶାନକୁ ନେଇ ଯାଇଥିଲେ। ମୁଖାଗ୍ନି ଦେବା ପାଇଁ ପୋଷାକ ବାହାର କରିବା ବେଳେ ମୋର ହୋସ୍‌ ଆସିଥିଲା।”

Share This Article
Leave a Comment