ଭାରତୀଙ୍କ ଘରୁ ମିଳିଲା ଗଞ୍ଜେଇ, ପଚରାଉଚରା ପାଇଁ ଏନସିବି ଅଫିସରେ ପହଞ୍ଚିଲେ ହର୍ଷ-ଭାରତୀ

Odisha Hot News
1 Min Read

ମୁମ୍ବାଇ: ଅନେକ ବଡ଼ ବଡ଼ କଳାକାରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରି ସାରିଥିବା ବେଳେ ଆଜି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ଉ କରିଥିଲା ଏନସିବି। ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ରହୁଥିବା ମୁମ୍ବାଇ ସ୍ଥିତ ବାସଭବନରେ ଆଜି ସକାଳେ ଏନସିବି ଚଢଉ କରିବା ପରେ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିବା ଜଣା ପଡ଼ିଛି। ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ଅଭିଯୋଗ ହେବା ପରେ ଏନସିବି ତାଙ୍କ ଘରେ ଚଢ଼ଉ କରିଥିଲା। ଏବେ ଗଞ୍ଜେଇ ଜବତ ହେବା ପରେ ପଚରାଉଚରା ପାଇଁ ଦୁହେଁ ଏନସିବି ଅଫିସରେ ପହଞ୍ଚିଛନ୍ତି।

ଭାରତୀଙ୍କ ପୂର୍ବରୁ ଅଭିନେତା ଅଜୁର୍ନ ରାମପାଲଙ୍କ ଘରେ ଚଢ଼ଉ କରିଥିଲା ଏନସିବି। ତାଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା ପାଇଁ ଏନସିବି ସମନ ପଠାଇଥିଲା। ତେବେ ଏ ପର୍ଯ୍ୟନ୍ତ ଏନସିବି ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିସାରିଛି।

Share This Article