ହୋଟେଲ ଉପରେ କଡ଼ା ନଜର ରଖିବାକୁ ଡିସିପିଙ୍କ ନିର୍ଦ୍ଦେଶ

Odisha Hot News
1 Min Read

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଜାରି ରହିଛି। ରବିବାର ଡିସିପି ଅନୁପ ସାହୁ ବୈଠକ ଡାକି ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ରାଜଧାନୀର ହୋଟେଲଗୁଡ଼ିକରେ ବିଦେଶୀ ପର୍ଯ୍ୟଟକ ରହୁଛନ୍ତି। ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ ରୋଗୀ ଆଇସୋଲେଶନ ଓ୍ବାର୍ଡରୁ ଲୁଚି ଆସି ଓଡ଼ିଶା ପଳାଇ ଆସୁଛନ୍ତି। ତେଣୁ ସହରରେ ଥିବା ହୋଟେଲ ଉପରେ କଡା ନଜର ରଖିବାକୁ ଡିସିପି ସାହୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲରେ ରହୁଥିବା ବିଦେଶୀ ଓ ଅନ୍ୟ ରାଜ୍ୟର ଲୋକଙ୍କ ସମ୍ପର୍କରେ ତଥ୍ୟ ନେବାକୁ କୁହାଯାଇଛି। ଏ ସମ୍ପର୍କରେ ହୋଟେଲ ପକ୍ଷରୁ ତୁରନ୍ତ ଯେପରି ପୋଲିସକୁ ଖବର ଦେବେ ତାହା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପର୍ଯ୍ୟଟକଙ୍କ ଥଣ୍ଡା, କାଶ ଓ ଛିଙ୍କ ହେଉଛି ତୁରନ୍ତ ପୋଲିସ କିମ୍ବା ହସ୍ପିଟାଲକୁ ଜଣାଇବାକୁ କୁହାଯାଇଛି। ସେହିଭଳି କୌଣସି ସ୍ଥାନରେ ଅଧିକ ଲୋକ ଏକାଠି ହେଉଥିଲେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବାକୁ ପରାମର୍ଶ ଦେଇଛନ୍ତି ଡିସିପି।

ଥାନାରେ ହାତ ଧୋଇବେ ଅଭିଯୋଗକାରୀ
ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଥାନାକୁ ବିଭିନ୍ନ ଶ୍ରେଣୀର ଲୋକେ ଅଭିଯୋଗ ପାଇଁ ଆସିବା ବେଳେ ଯେପରି ସେମାନେ ଭଲ ଭାବେ ହାତ ଧୋଇ ଅଭିଯୋଗ କରିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି। କମିଶନରେଟ ପୋଲିସ ଅନ୍ତର୍ଗତ ସମସ୍ତ ଥାନାରେ ଏଥିପାଇଁ ସାବୁନ ଓ ପାଣି ରଖାଯାଇଛି। କେବଳ ଅଭିଯୋଗକାରୀ ନୁହେଁ, ତାଙ୍କ ସହ ଆସୁଥିବା ଲୋକଙ୍କ ସମେତ ଥାନା କର୍ମଚାରୀ ହାତ ଧୋଇ ଥାନା ଭିତରକୁ ଯାଉଥିବା ଦେଖିବାକୁ ମିଳୁଛି।

Share This Article
Leave a Comment