ସପ୍ତଦଶ ଲୋକସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିସନ୍‌

Odisha Hot News
1 Min Read

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ କମିସନ ଆଜି ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ କାର୍ଯ୍ୟସୂଚୀ  ଘୋଷଣା କରିଛନ୍ତି। ୨୦୧୯ ଲୋକସଭା  ନିର୍ବାଚନକୁ  ୭ଟି ପର୍ଯ୍ୟାୟରେ କରାଇବା ପାଇଁ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ବାଚନ ଲାଗି ମତଦାନ ୧୧ ଏପ୍ରିଲ ଠାରୁ ଆରମ୍ଭ ୧୯ ମେରେ ଶେଷ ହେବ।  ମେ ମାସ ୨୩ ତାରିଖରେ ଭୋଟ ଗଣତି କରାଯିବ। ସପ୍ତଦଶ ଲୋକସଭା ପାଇଁ ନିର୍ବାଚନ ପ୍ରକ୍ରିୟା ମାର୍ଚ୍ଚ ୧୮ରୁ ଆରମ୍ଭ ହୋଇ ମେ ମାସ ୨୭ ତାରିଖରେ ଶେଷ ହେବ।

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା ଏହି ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନଙ୍କ ସୂଚନା ମୁତାବକ ଆସନ୍ତା ୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟ, ୧୮ ଏପ୍ରିଲ ଦ୍ୱିତୀୟ ପର୍ଯ୍ୟାୟ, ୨୩ ଏପ୍ରିଲ ତୃତୀୟ ପର୍ଯ୍ୟାୟ, ୨୯ ଏପ୍ରିଲ ଚତୁର୍ଥ ପର୍ଯ୍ୟାୟ. ମେ ୬ ପଞ୍ଚମ ପର୍ଯ୍ୟାୟ, ମେ ୧୨ ଷଷ୍ଠ ପର୍ଯ୍ୟାୟ, ମେ ୧୯ ରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

Share This Article
Leave a Comment