ଦିଗପହଣ୍ଡି: ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳକୁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସିଲ କରିଥିବା ବେଳେ ପୂର୍ବରୁ ସେଠାରେ ରହୁଥିବା ୬ଜଣ ବ୍ୟକ୍ତି ଏକ ଡାଲା ଅଟୋରେ ତାରପୋଲିନ ଢାଙ୍କି କୌଶଳ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳକୁ ଚାଲି ଆସିଥିବା ଥାନା ଅଧିକାରୀ ବସନ୍ତ ସେଠୀ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲେ। ଶୁକ୍ରବାର ରାତି ପ୍ରାୟ ସାଢେ଼ ୨ ଟାରେ ଥାନା ଅଧିକାରୀ ଉକ୍ତ ଡାଲା ଅଟୋ କୁ ପିଛା କରି ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରେ ଠାବ କରିଥିଲେ। ସେ ଏନେଇ ପାଟପୁର ଥାନା କୁ ଖବର ଦେଇଥିଲେ। ଡାଲା ଅଟୋ ରୁ ଓହ୍ଲାଇ ଉକ୍ତ ବ୍ୟକ୍ତିମାନେ ଏକ ଘରେ ଖାଇ ବସିଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିବା ସହ ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଙ୍କୁ ଜଣାଇଥିଲେ।ଏସ ପି ଙ୍କ ପରାମର୍ଶ କ୍ରମେ ଉଦ୍ଧାର ୬ ଜଣଙ୍କୁ ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଖୋଲାଯାଇଥିବା କ୍ସାରେଣ୍ଟାଇନ ସେଣ୍ଟର ରେ ରଖାଯାଇଥିଲା।ଶନିବାର ପୂର୍ବାହ୍ନ ରେ ସେମାନଙ୍କୁ ପରୀକ୍ଷା ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଆଇଆଇସି କହିଛନ୍ତି।
ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ଧରିଲା ପୋଲିସ
Leave a Comment
Leave a Comment
- Advertisement -
Stay Connected
Comment
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- meloxicam for dogs on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
