ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ଫର୍ମୁଲା ଆଧାରରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ କୃଷି ବିଭାଗ ଅଧିକାରୀମାନଙ୍କୁ କୃଷିମନ୍ତ୍ରୀ ଅରୁଣ ସାହୁ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ସ୍ଥାନୀୟ କୃଷି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଶ୍ରୀ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ଆହ୍ବାନ ଦେଇ କହିଥିଲେ ନିଜ ସ୍ବାର୍ଥରୁ ଊର୍ଦ୍ଧ୍ବରେ ରହି ନିଷ୍ଠା ଓ ତ୍ୟାଗ ସହ କୃଷି ଓ କୃଷକମାନଙ୍କ ବିକାଶ କରାଯିବ। ସେଥିପାଇଁ ବିଭାଗର ସମସ୍ତ ଅଧିକାରୀ ତତ୍ପରତା ଦେଖାଇବା ଦରକାର। ୨୦୧୯ ମସିହାରେ ରାଜ୍ୟ ସରକାର ଏକ କ୍ରିୟାଶୀଳ କୃଷିନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଏଥିପାଇଁ ବିଭାଗର ଅଧିକାରୀମାନେ ସହଯୋଗ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ ୫‘ଟି’କୁ ଗୁରୁତ୍ବ ଦେଇ ବିଭାଗ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି। ଏହାଦ୍ବାରା କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆସିବା ସହ କୃଷକମାନେ ବହୁଳ ଉପକୃତ ହେବେ।
୫ ‘ଟି’ ଆଧାରରେ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିବ: କୃଷିମନ୍ତ୍ରୀ
Leave a Comment
Leave a Comment
- Advertisement -
