ଆଜି ମାଟ୍ରିକ୍ ପରୀକ୍ଷାଫଳ

Odisha Hot News
1 Min Read

କଟକ : ମାଧୢମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇବ। କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୯ଟାରେ ଗଣଶିକ୍ଷା ବିଭାଗ କମିସନର ପ୍ରଦୀପ ମହାପାତ୍ର ଓ ମାଧ୍ୟମିକ ଶିକ୍ଷା ନି‌େର୍ଦ୍ଦଶକ ରତ୍ନାକର ରାଉତ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ। ଦିନ ୧୧ଟାରେ ପରୀକ୍ଷା ଫଳ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in/www.bseodisha.nic.inରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ନାହିଁ, ସେଠାରେ ପିଲାମାନେ ମୋବାଇଲରେ OR10<Roll No> ଟାଇପ୍‌ କରି 5676750 ନମ୍ବରକୁ SMS କଲେ ପରୀକ୍ଷା ଫଳ ଜାଣିପାରିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମ୍‌ ସୂଚନା ଦେଇଛନ୍ତି।

ତେବେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପରୀକ୍ଷା ଫଳ ସଂକ୍ରାନ୍ତୀୟ କୌଣସି ସୂଚନା ପାଇବା ବା ସନ୍ଦେହ ଦୂର ପାଇଁ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆସନ୍ତାକାଲିଠାରୁ ସାତ ଦିନ ଯାଏ କ‌ଣ୍ଟ୍ରୋଲ ରୁମ୍‌ ଖୋଲା ରହିବ। ସେମାନେ ବୋର୍ଡ କାର୍ଯ୍ୟାଳୟ 0671-2412059/0671-2412060 କୁ ଫୋନ କରି ପରୀକ୍ଷା ଫଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ପାଇ ପାରି‌େବ। ସେହିପରି ଆସନ୍ତାକାଲି ଅପରାହ୍‌ଣରେ ଓଏମ୍‌ଆର୍‌ ଉତ୍ତର ସିଟ୍‌ ମଧ୍ୟ ବୋର୍ଡ ୱେବ୍‌ସାଇଟରେ ଛଡାଯିବ। ପରୀକ୍ଷାର୍ଥୀ ଡାଉନଲୋଡ୍‌ କରି ଏହାକୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି। ତେବେ ସାମୁଦ୍ରିକ ବାତ୍ୟା ‘ଫନି’ ଯୋଗୁ ମାର୍କ ପ୍ରୋସେସିଂ ଫାର୍ମ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ୬ଦିନ ଯୋଗାଯୋଗ ବିଚ୍ଛିନ୍ନ ରହିବାରୁ ଫଳ ପ୍ରକାଶନରେ ବିଳମ୍ବ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି। ସମ୍ମିଳନୀରେ ବୋର୍ଡ ସଂପାଦକ ରାମାଶିଷ ହାଜରା ଉପସ୍ଥିତ ଥିଲେ।

Share This Article
Leave a Comment