ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଏଥର ବିଧାନସଭାରେ ସରକାର ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ବଜେଟ ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର ବିରୋଧୀ ବିଧାନସଭା ଅଧିବେଶନରେ ବିଭିନ୍ନ ସମସ୍ୟା ନେଇ ଘେରିବାକୁ ଯୋଜନା ରଖିଛନ୍ତି। ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଭାଜପା ଏବଂ କଂଗ୍ରେସ ବାରମ୍ବାର ଶାସକ ଦଳ ଉପରେ ବର୍ଷିବାରେ ଲାଗିଛନ୍ତି। ଭାଜପା ଏହି ପ୍ରସଙ୍ଗରେ ବିଧାନସଭା ଚଳାଇଦେବ ନାହିଁ ବୋଲି କହୁଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏହି ଘଟଣାରେ ଆବଶ୍ୟକ ପଡ଼ିଲେ ଭାଜପାକୁ ସମର୍ଥନ ଦେବ ବୋଲି କହିସାରିଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଆହୁରି ଅନେକ ପ୍ରସଙ୍ଗ ଆସିଲାଣି, ଯାହାକୁ ନେଇ ବିରୋଧୀ ଏଥର ଶାସକ ଦଳକୁ ଡରେଇବା ପାଇଁ ସମ୍ପୂର୍ଣ୍ଣ ତୟାରରେ ଅଛି। ଭାଜପା ଏବଂ କଂଗ୍ରେସ ଆସନ୍ତା ୧୨ରେ ବିଧାୟକ ଦଳ ବୈଠକ କରିବେ ବୋଲି ଯୋଜନା ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ବିଧାନସଭା ଅଧିବେଶନ ଆରମ୍ଭର ଦିନକ ଆଗରୁ ବିରୋଧୀ ଏକାଠି ହୋଇ ଶାସକ ଦଳକୁ ଘେରିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କରିବେ। ଏଥର ବିରୋଧୀ ପକ୍କାଘର ବଣ୍ଟନରେ ଦୁର୍ନୀତି, ଚାଷୀ ସମସ୍ୟା, ସରକାରଙ୍କ ୫-ଟି ଯୋଜନା ଏବଂ ମୋ ସରକାର ଯୋଜନା ବିରୋଧରେ ଏକାଠି ହୋଇ ଗୃହ ଚଳାଇ ଦେବେ ନାହିଁ ବୋଲି ଯୋଜନା ରଖିଛନ୍ତି। ସେପଟେ ଶାସକ ଦଳ ପକ୍ଷରୁ ଅଧିବେଶନ ଆରମ୍ଭର କିଛି ସମୟ ପୂର୍ବରୁ ବିଧାୟକ ଦଳ ବୈଠକ ବସିବ ବୋଲି ଜଣାଡିଛି। ୧୩ ତାରିଖ ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି ଜଣାପଡିଛି।
ବିଧାନସଭା ଶୀତ ଅଧିବେଶନ: ୧୩ରେ ବିଜେଡି ବିଧାୟକ ଦଳ ବୈଠକ
You Might Also Like
Leave a Comment
Leave a Comment
- Advertisement -
