ଐତିହାସିକ ପଦକ୍ଷେପ : ଧାରା ୩୭୦ ହଟାଇବା ତଥା ଜମ୍ମୁ-କଶ୍ମୀର ପୁନର୍ଗଠନ ପାଇଁ ସୂଚନା ଦେଲେ ଶାହ

Odisha Hot News
1 Min Read

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସରକାର ବଡ଼ ଘୋଷଣା କରିଛନ୍ତି। ଏହି ମର୍ମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ ସରକାରଙ୍କ ଯୋଜନା ସୋମବାର ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଚଳିତ ଧାରା ୩୭୦କୁ ହଟାଇବା ସହିତ ରାଜ୍ୟର ପୁନର୍ଗଠନ ସମ୍ପର୍କରେ ଶାହ ସୂଚନା ଦେଇଛନ୍ତି। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ମଧ୍ୟ କରିଛନ୍ତି। ଏହାକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରବଳ ହୋହଲ୍ଲା ଭିତରେ ଗୃହମନ୍ତ୍ରୀ ଶାହା ଏହାକୁ ଉପସ୍ଥାପନ କରିଛନ୍ତି। ସୂଚନା ଯୋଗ୍ୟ, ଏହି ଅସ୍ଥାୟୀ ଧାରାକୁ ହଟାଇବା ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଆଗତ କରାଇ ପାସ୍‌ କରେ କରାଯାଇ ପାରିବ। ସେହିପରି ସମ୍ବିଧାରର ୩୬୮ ଧାରା ଅନ୍ତର୍ଗତ ଏହାକୁ ସଂସଦରେ ଦୁଇ ତୃତୀୟାଶଂ ବହୁମତରେ ମଧ୍ୟ ସଂଶୋଧନ କରାଯାଇ ପାରିବ ବୋଲି ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଉଲ୍ଲେଖ ରହିଛି।

 

Share This Article
Leave a Comment