ଓଡ଼ିଶା ଫେରିଲେ ଜଗା ବଳିଆ, କଟକ ଏସ୍‌ବିରେ ହେବ ଚିକିତ୍ସା

Odisha Hot News
1 Min Read

ଓଡ଼ିଶା ଫେରିଲେ ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଶନିବାର ଅପରାହ୍ନରେ ରାଜଧାନୀ ଏକ୍ସପ୍ରେସ୍‌ ଯୋଗେ କଟକ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସ୍‌ସିବିକୁ ଅଣାଯାଇଛି । ଏଠାରେ ତାଙ୍କର ଆଗାମୀ ଚିକିତ୍ସା ଚାଲିବ। ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏସ୍‌ସିବି ମେଡିକାଲରେ ପ୍ରେସ୍‌ମିଟ୍‌ କରାଯାଇଛି ।  ସ୍କୁଲରେ ନାମ ଲେଖାଇବା ପାଇଁ ଜଗା ପ୍ରସ୍ତୁତ ଆଗାମୀ କିଛି ସପ୍ତାହରେ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି  ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କ ସୂଚନା ଦେଇଛନ୍ତି । ଜଗା ଏବେ ବେଶ୍‌ ଭଲ ଅଛି, ହିନ୍ଦୀ କହୁଛି ଓ ଇଂରାଜୀ ବୁଝି ପାରୁଛି ଜଗା, କାଳିଆର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଜଟିଳ ରହିଛି ବୋଲି କହିଛନ୍ତି ଦୀପକ ଗୁପ୍ତା । ତେବେ  ଏସ୍‌ସିବିରେ ଚିକିତ୍ସା ବ୍ୟବସ୍ଥା ନେଇ ଖୁସି ଜାହିର କରିଛନ୍ତି ଦୀପକ ଗୁପ୍ତା । ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦିଲ୍ଲୀ ଏମ୍‌ସରେ ୨୦୧୭ରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସେତେବେଳର ଏମ୍‌ସ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଡା. ଅଶୋକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଭୟଙ୍କୁ ସଫଳତାର ସହ ପୃଥକ କରାଯାଇଥିଲା। ତେବେ ଦିଲ୍ଲୀ ଏମ୍ସରୁ ଆସିବା ପରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏସ୍‌ସିବିରେ ଏକ ଡାକ୍ତରୀ ଟିମ ଗଠନ କରାଯାଇଥିଲା। ଏସସିବିର ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ ନମ୍ବର ୨ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି।

Share This Article
Leave a Comment