2011ଜନଗଣନା ଅନୁଯାୟୀ ଓଡ଼ିଶାରେ 57ଲକ୍ଷ ଚାଷୀ କୃଷି ଉପରେ ନିର୍ଭର କରୁଛନ୍ତି। ଏଥିରୁ 32.8ଲକ୍ଷ ଚାଷୀ କୃଷକ ଓ 24.20 ଲକ୍ଷ ଚାଷୀ କୃଷି ଶ୍ରମିକ। 2021ରେ ପରବର୍ତ୍ତୀ ଜନଗଣନା ପରେ ଅଧିକ ତଥ୍ୟ ଆସିବ। ତେବେ ଚାଷ ପ୍ରତି ଚାଷୀ ବିମୁଖ ହୋଇ ଚାଷ ଛାଡିନଥିବେ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।
ତେବେ କୃଷିମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ କଂଗ୍ରେସ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଧିଷ୍ଟ ଉତ୍ତର ଦେବାକୁ ନିର୍ଦେଶ ଦେଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର କାଳିଆ ଯୋଜନାରେ 50 ଲକ୍ଷଙ୍କୁ ସହାୟତା ଦେଇଥିବା କହୁଥିବା ସମୟରେ ମନ୍ତ୍ରୀ ଗୃହରେ ତଥ୍ୟ ଦେଇପାରୁନାହାନ୍ତି ।ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା 2001 ଓ 2011 ମଧ୍ୟରେ କେତେ ଚାଷୀ କୃଷି କାର୍ଯ୍ୟ ଛାଡିଛନ୍ତି ବୋଲି ହୋଇଥିବା ମୂଳ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଏହାର ଉତ୍ତରରେ କୃଷିମନ୍ତ୍ରୀ କହିଥିଲେ ଯେ, ଏବେ ତଥ୍ୟ ନାହିଁ, ମାନ୍ୟବର ସଦସ୍ୟଙ୍କୁ ସେ ଯୋଗେଇଦେବେ । ତେବେ ଏହା ରାଜ୍ୟର କୃଷି କ୍ଷେତ୍ର ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ବିଭାଗ ଏହି ତଥ୍ୟର ସମୀକ୍ଷା କରିବ ।
ଏଥିସହ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, କୃଷି ଉଦ୍ୟୋଗରେ 934 ପ୍ରତ୍ୟକ୍ଷ 3736 ପରୋକ୍ଷ ଆତ୍ମନିଯୁକ୍ତି ପାଇଛନ୍ତି। କୃଷି ସେବା କେନ୍ଦ୍ର ଜରିଆରେ 2587 ପ୍ରତ୍ୟକ୍ଷ 10,348 ପରୋକ୍ଷ ଆତ୍ମନିଯୁକ୍ତି ପାଇଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.