୨୪ ଘଣ୍ଟା ମଧ୍ୟରେ ପୁଣି ଅପରାଧୀଙ୍କ ତାଣ୍ଡବ: ନାଏବ ସରପଞ୍ଚ ଘରକୁ ବୋମା ମାଡ଼

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳରେ ବୋମାମାଡ ଓ ଆକ୍ରମଣ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଣି ସେହି ଅଞ୍ଚଳ ନିକଟସ୍ଥ ପାଟପୁର ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମର ନାଏବ ସରପଞ୍ଚ ବିଟୁ ଗୌଡ଼ଙ୍କ ଘର ଉପରେ ବୋମାମାଡ଼ ହୋଇଛି। ଯଦ୍ବାରାକି ବୋମାମାଡର ପ୍ରଚଣ୍ଡ ଶବ୍ଦରେ ଅଞ୍ଚଳ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି।

ଖବର ପାଇ ପାଟପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଫୁଟିଥିବା ବୋମାର କିଛି ଅଂଶ ଜବତ କରିଛି। ଆକ୍ରମଣର ଶୀକାର ପରିବାର ଓ ସାହି ପଡିଶାଙ୍କ ବୟାନ ରେକର୍ଡ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article