ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ?

Odisha Hot News
1 Min Read

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଟଙ୍କା କେବେ ମିଳିବ ସେ ନେଇ ଥିବା ପ୍ରତୀକ୍ଷାର ଏବେ ଅନ୍ତ ହେବାକୁ ଯାଇଛି। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଆସନ୍ତା ଆଠ ତାରିଖରେ ଏହି ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ।

ସେ କହିଛନ୍ତି ଯେ, ଏଥର 20 ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ ପାଇଁ ବନ୍ଦୋବସ୍ତ କରାଯାଇଛି। ହିତାଧିକାରୀମାନେ ତା ପୂର୍ବରୁ ଅର୍ଥାତ 3 ଓ 4 ତାରିଖରେ NPCI ରେ ଯାଞ୍ଚ କରିପାରିବେ। ତେବେ ଏଥର ଯାଜପୁରରେ ଏକ ବଡ କାର୍ଯ୍ୟକ୍ରମ କରାଯାଇ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତି କରାଯାଇଛି।

Share This Article