ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଆରମ୍ଭ ହେଲା ଦେବ ନିମନ୍ତ୍ରଣ, ବାହାରିଲେ ୩୦ ଟି ଦଳ

Odisha Hot News
1 Min Read

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ। ଆଜି ପୁରୀ ଶ୍ରୀମନ୍ଦିରରୁ ପ୍ରାୟ ୩୦ଟି ଦଳ ସଂକିର୍ତ୍ତନ କରି କେବଳ ଦେବସ୍ଥାନକୁ ଯାଇ ଏହି ନିମନ୍ତ୍ରଣ କରିବେ।

ଏମାନେ ରାଜ୍ୟରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିର। ଦାରୁ ଚିହ୍ନଟ ହୋଇଥିବା ସ୍ଥାନ ଏବଂ ରାଜ୍ୟ ବାହାରେ ଥିବା ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଧରି ଯିବେ। ଗତ ଗୁରୁବାର ଦିନ ମନ୍ଦିର ପ୍ରଶାସନ ତରଫରୁ ଶ୍ରୀଜିୟୁଙ୍କୁ ନିମନ୍ତ୍ରଣ କରିସାରିଛନ୍ତି।

ଏହାପରେ ଶ୍ରୀମନ୍ଦିରର ଏକ ପ୍ରମୁଖ ଦଳ ଭୁବନେଶ୍ବର ଆସି ଶ୍ରୀଲିଙ୍ଗରାଜଙ୍କୁ ମଧ୍ୟ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଏହି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତଣ କରିବେ ବୋଲି ଜଣାପଡିଛି।

ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ।

Share This Article