ଲୁଟ୍ ର ଶୀକାର ମହିଳାମାନେ ଫେରି ପାଇଲେ ନିଜ ସ୍ବର୍ଣ୍ଣ ଅଳଙ୍କାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଗତ କିଛି ଦିନ ହେଲା ଆତଙ୍କରାଜ, ଛିନତାଇ, ଲୁଟ୍ ଓ ଚୋରି ଘଟଣାରେ ବ୍ରହ୍ମପୁର ପୋଲିସର ମୁଣ୍ଡ ବ୍ୟଥା ବଢ଼ି ଚାଲୁଥିବା ବେଳେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ଉଦ୍ୟମ ବଳରେ ଅଭିଜ୍ଞ ସମ୍ପନ୍ନ କର୍ମଚାରୀ ଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା।

ଉକ୍ତ ଟିମ୍ ର ବିଭିନ୍ନ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଫଳତା ପାଇଛନ୍ତି। ଯାହା ଫଳରେ ବିଗତ ଦିନରେ ବୈଦ୍ୟନାଥପୁର ଥାନା ଓ ଟାଉନ ଥାନାରେ ଅଭିଯୋଗ ହୋଇଥିବା ସ୍ବର୍ଣ୍ଣ ଅଳଙ୍କାର ଲୁଟ୍ ଘଟଣା ର ପର୍ଦ୍ଧାଫାଶ ହୋଇଛି। କଟକ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ୩ ଜଣ ଅଭିଯୁକ୍ତକୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିଛି। ପରେ ଲୁଟ୍ ହୋଇଥିବା ୩ ଟି ସୁନା ଚେନ ଓ ତରଳାଯାଇଥିବା କିଛି ସୁନା ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ପାଇଛି।

ତେବେ ଲୁଟ୍ ଶୀକାର ୪ ଜଣ ମହିଳାଙ୍କୁ ସାମ୍ବାଦିକ ସମ୍ମୀଳନୀ ଜରିଆରେ ବ୍ରହ୍ମପୁର ଏସ୍ ପି ଫେରାଇଛନ୍ତି।  ଲୁଟେରା ଗ୍ୟାଙ୍ଗ କୁ ଉଠାଇ ଆଣି ଥିବା କର୍ମଚାରୀ ମାନଙ୍କୁ ବ୍ରହ୍ମପୁର ଏସ୍ ପି ପୁରସ୍କୃତ କରିଛନ୍ତି। ଏତଦବ୍ୟତୀତ ଅଭିଯୁକ୍ତ ଆସ୍କା ଗଣ୍ଡାପଲୀ ଗ୍ରାମର ରବି ଦାସ, ଯାଜପୁର ପାତ୍ର ସାହିର ସୁମେନ୍ ପ୍ରଧାନ ଓ କଟକ ସହର ଶିଖରପୁର ଅଞ୍ଚଳର ସବିତା ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ, ଗିରଫ ସବିତାଙ୍କ ନାମରେ ପୁର୍ବରୁ ବିଭିନ୍ନ ଅଭିଯୋଗ ରହିଛି।

Share This Article