ରଣପୁର ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

Odisha Hot News
1 Min Read

ଚାନ୍ଦପୁର: ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଚାନ୍ଦପୁର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କର ନାମ ପୂର୍ଣ୍ଣ ସାଗର ମାଝୀ (୨୨) ଏବଂ ତା’ର ଘର ଜଙ୍କିଆ ଗ୍ରାମରେ ବୋଲି ଜଣାପଡିଛି।

ଉଲ୍ଲେଖାଯୋଗ୍ୟ ଯେ, ଗତ ବୁଧବାର ରାତିରେ ଜଙ୍କିଆ ବେଆଇନ ପଥର ଖଣିରେ ଚଢ଼ାଉ କରିଥିଲା ରଣପୁର ତହସିଲ ପ୍ରଶାସନ। ଚଢ଼ାଉ ବେଳେ ଖଣି ମାଫିଆ ମାନେ ୪ ଜଣ ଆରଆଇ ଙ୍କ ସମେତ ବହୁ କର୍ମଚାରିଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ। ଏ ନେଇ ରଣପୁର ତହସିଲଦାର ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ଚାନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Share This Article