ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଅଣଶିକ୍ଷକଙ୍କ ଛୁଟି ବଢିଲା

Odisha Hot News
1 Min Read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି।

ଏହା ଦ୍ୱାରା ରାଜ୍ୟର ୨୫୬୦ ଉଚ୍ଚ ବିଦ୍ୟାଳୟ, ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୯ ସଂସ୍କୃତ ଟୋଲ ଏବଂ ୧୩୮ ମଦ୍ରାସା ରେ କାର୍ଯ୍ୟରତ ପ୍ରାୟ 33420 କର୍ମଚାରୀ (ଶିକ୍ଷକ ଓ ଅଣଶିକ୍ଷକ) ଉପକୃତ ହେବେ।

Share This Article