ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଉତ୍ପାଦନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ

Odisha Hot News
1 Min Read

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଅଟେ। ଜିଲ୍ଲାରେ ଧାନ ମୁଖ୍ୟ ଫସଲ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ କ୍ଷୁଦ୍ର ଶସ୍ୟ ଚାଷ ପାଇଁ ଅନେକ ପ୍ରୋତ୍ସାହନ ଦିଆଯାଉଛି। ତେଣୁ ଚଳିତ ବର୍ଷ ଜିଲ୍ଲାର ୨୬୩୪ ଜଣ ଚାଷୀଙ୍କ ଠାରୁ ୨୦ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଅଛି। ସମଗ୍ର ରାଜ୍ୟରେ ମାଣ୍ଡିଆ ଚାଷ ସଂଗ୍ରହ ତାଲିକାକୁ ଅନୁଧ୍ୟାନ କରା ଗଲେ ନୂଆପଡ଼ା ଜିଲ୍ଲା ସର୍ବାଧିକ ମାଣ୍ଡିଆ ସଂଗ୍ରହ ଜିଲ୍ଲା ରୂପେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଅଛି।

ଜିଲ୍ଲାରେ ଥିବା ଉଚ୍ଚ ଜମି ଏବଂ ଅଳ୍ପ ଜଳ ରେ ଜମି ସେଚିତ ହୋଇ ମାଣ୍ଡିଆ ଅମଳକ୍ଷମ ହୋଇଥିବା ବେଳେ ମାଣ୍ଡିଆ ସଂଗ୍ରହରେ ନୂଆପଡ଼ା ଜିଲ୍ଳା ସର୍ବାଧିକ ସଂଗ୍ରହ କରିପାରିଛି। ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ମାଣ୍ଡିଆ ସଂଗ୍ରହ ମଣ୍ଡିକୁ ଉଦ୍ଘାଟନ କରିଥିବା ବେଳେ ଧାନ ର ବିକଳ୍ପ ଚାଷ କରିବାକୁ ପ୍ରୋତ୍ସାହନ ହେଉଛିନ୍ତି।

Share This Article