ଭୁବନେଶ୍ବର ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର, ଭାଗ୍ୟ ଭଲ…

Odisha Hot News
1 Min Read

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବର ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଏକ କାର। କାର ଚାଳକ ଭିତରୁ ବାହାରୁ ବାହାରୁ ନିଆଁ ବ୍ୟାପିବାରେ ଲାଗିଲା। ତେବେ ଭାଗ୍ୟ ଭଲ କାହାର କିଛି କ୍ଷତି ହୋଇ ନାହିଁ। ତେବେ କେଉଁ କାରଣରୁ ନିଆଁ ଲାଗିଲେ ତାହା ଜଣାପଡି ନାହିଁ।

ଘଟଣାଟି ଘଟିଛି ଭୁବନେଶ୍ବର ନୟାପଲ୍ଲୀ ଦୁର୍ଗାମଣ୍ଡପ ସାମନା ରାସ୍ତା ଉପରେ। କାର ଚାଳକ କିଛି ପୋଡା ଗଂନ୍ଧ ବାରିବା ପରେ ସେ ରାସ୍ତା ଉପରେ ଗାଡି ରଖିଦେଲେ। ପରେ ଦେଖିଲେ ଯେ, ଗାଡି ଭିତରୁ ଧୂଆଁ ବାହାରୁଛି। ଚାହୁଚାହୁଁ କାର ସାରା ନିଆଁ ବ୍ୟାପିଗଲା। ପରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ କରିଥିଲେ।

Share This Article