ଭୁବନେଶ୍ବରରୁ ଠାବ ହେଲା ନକଲି କଲ ସେଣ୍ଟର, ମିଛ କଲ କରି ଲୋକଙ୍କୁ ମାରୁଥିଲେ ଚୁନ

Odisha Hot News
1 Min Read

ଭୁବନେଶ୍ବର: ଆଜି ଭୁବନେଶ୍ବର କମିଶନରେଟ ପୋଲିସ ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। କେତେ ଦୁର୍ବୁତ ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଏକ ଫ୍ଲାଟ ଭଡା ନେଇ ଏହି କାରବାର କରୁଥିଲେ। ଆଜି ସକାଳୁ ପୋଲିସ ଚଢାଉ କରି ସେଠାରୁ କେତେକ ଅଜଣା ଡିଭାଇସ, ମୋବାଇଲ ଫୋନ ଓ ଲାପଟପ ଜବତ କରିଛି। ଏହା କାରବାରରେ ସଂପୃକ୍ତ ଥିବା ଛଅ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ସମସ୍ତେ କୋଲକତା ବାସିନ୍ଦା।

ଘଟଣାରୁ ଜଣାପାଡିଛି ଯେ, ଏହି ବ୍ୟକ୍ତିମାନେ ସେହି ଆପର୍ଟମେଣ୍ଟ ଭଡା ନେଇ ବହୁଦିନ ଧର କାରବାର ଚଳାଇ ଆସୁଥିଲେ। ଲୋକମାନଙ୍କୁ ସେମାନେ ଫେକ ଲିଙ୍କ ପଠାଇ ଏବଂ କଲ କରି ତାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରୁଥିଲେ। ତେବେ ବିସ୍ତୁତ ତଥ୍ୟ ଜାଣିବା ପାଇଁ ପୋଲିସ ଏହି ଛଅ ଜଣଙ୍କୁ ରିମାଣ୍ଡରରେ ନେବ ବୋଲି ଜଣାପଡିଛି।

Share This Article