ଭଦ୍ରକ ଜେଲ୍‌ରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

Odisha Hot News
1 Min Read

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ୨ ଅଭିଯୁକ୍ତଙ୍କୁ ଜେରା କରିଛି । ଦିନ ୧୧ ଟାରେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ପହଞ୍ôଚଥିଲା କ୍ରାଇମବ୍ରାଞ୍ଚ ଟିମ୍ । ପରେ ଅଭିଯୁକ୍ତ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେରା ଆରମ୍ଭ ହୋଇଥିଲା । ଜେରା ସମୟରେ ଦୁଇଜଣ ଅପହରଣ ଠାରୁ ନିର୍ଯ୍ୟାତନା ଓ ମୃତଦେହ ପୋତିବା ପଛରେ ହାତ ଅଛି କି ନାହିଁ ସେ ବିଷୟରେ ଅଧିକ ପଚରା ଉଚୁରା କରିଥିଲେ ବୋଲି ସୂଚନା ମିଳିଛି । ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସମେତ ୭ ଜଣ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ତେବେ ପୂର୍ବରୁ ଦୁଇଥର କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଇଥିଲେ ମଧ୍ୟ ମେମୋରି ଚିଫ୍ ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଚାନ୍ଦବାଲି ପୁଲିସ୍ ପ୍ରଥମେ ତିନି ଜଣଙ୍କୁ ଗିରଫ କରିଥିଲା ।
ହେଲେ ହତ୍ୟା ମାମଲା କୌଣସି ପଚରା ଉଚୁରା କରିନଥିଲେ କି କ୍ରାଇମବ୍ରାଞ୍ଚ ଜେରା କରିନଥିଲା । ଗତ ୧୩ ତାରିଖ ଦିନ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିବା ପାଇଁ ଆବେଦନ କରିଥିଲେ । ହେଲେ ଆଜି ଦୁଇଜଣଙ୍କୁ ଜେରା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ ଡିଏସ୍‌ପି କଳ୍ପନା ସାହୁ,ଶରତ କୁମାର ସାହୁ ଓ ନରେନ୍ଦ୍ର ବେହେରା ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ପହଞ୍ôଚ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜେରା କରିଥିଲେ ।

Share This Article