ବ୍ରହ୍ମପୁରରେ ମା ବୁଢ଼ୀ ଠାକୁରାଣୀଙ୍କ ଶୁଭଖୁଣ୍ଟି ସ୍ଥାପନ, ଘୋଷଣା ହେଲା ଯାତ୍ରା ତାରିଖ

Odisha Hot News
1 Min Read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆସନ୍ତା ଏପ୍ରିଲ୍ ୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହେବା ପୂର୍ବରୁ ଦେଶୀ ବେହେରା ସାହିରେ ପାରମ୍ପରିକ ସିଦ୍ଧାନ୍ତ  ଅନୁଯାୟୀ ଯାତ୍ରାର ତାରିଖ ଆୟୋଜିତ ଘୋଷଣା ହୋଇଛି।

ବୈଠକରେ ଦେଶୀ ବେହେରା ପି ଦୁର୍ଗା ପ୍ରତାପଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପଣ୍ଡିତଙ୍କ ମଧ୍ୟରେ ଆଲୋଚନା କରାଯାଇ ଆସନ୍ତା ଏପ୍ରିଲ୍ ୩ ରେ ଯାତ୍ରା ଆରମ୍ଭପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଏନେଇ ଏକ ବିରାଟ ପଟୁଆରରେ ମାଙ୍କ ନିଜ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି ଅଣାଯାଇ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା  ।

Share This Article