ବିଭିନ୍ନ ଦାବୀ ନେଇ ଆଜି ରାଜ୍ୟର ସମସ୍ତ ବ୍ଲକ ଘେରାଉ କରିବ କଂଗ୍ରେସ

Odisha Hot News
1 Min Read

ଭୁବନେଶ୍ବର: ଆଜି ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଘେରାଉ କରିବ କଂଗ୍ରେସ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ୯ ଦଫା ଦାବି ନେଇ ସମସ୍ତ ବ୍ଲକ ଅଫିସ କଂଗ୍ରେସ ତରଫରୁ ଘେରାଉ କରାଯିବ।

ଏଥିନିମନ୍ତେ ସମସ୍ତ କଂଗ୍ରେସର ସାଂସଦ, ବିଧାୟକ, ଜିଲ୍ଲା ଓ ବ୍ଲକ କଂଗ୍ରେସର ସଭାପତି, ଯୁବ ଛାତ୍ର, ମହିଳା ଓ ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନଙ୍କ ସମେତ କଂଗ୍ରେସର କର୍ମୀ ଓ ସମର୍ଥକ ଶୁଭେଚ୍ଛୁମାନେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

କଂଗ୍ରେସର ଯେଉଁ ୯ଦଫା ଦାବୀ ରହିଛି ତାହା ହେଲା ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାରକୁ ବନ୍ଦ କରିବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କରିବା ସହ ପଂଚାୟତ ମାଧ୍ୟମରେ ଖର୍ଚ୍ଚ କରିବା, ବଢ଼ିଚାଲିଥିବା ନାରୀ ନିର୍ଯ୍ୟାତନା ବନ୍ଦ କରିବା ଇତ୍ୟାଦି ରହିଛି।

Share This Article