ବିଧିବଧ ଭାବେ ବିଜେପିରେ ମିଶିଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବିଧବଧ ଭାବେ ବିଜେପିରେ ମିଶିଲେ ଭୁବନେଶ୍ବରର 4 ଥର ସାଂସଦ ଥିବା ପ୍ରସନ୍ନ ପାଟ୍ଟଶାଣୀ। ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେପିରେ ସାମିଲ ହେବେ ବୋଲି ଦିଲ୍ଲୀ ଯାଇଥିଲେ। ହେଲେ ସେଠାରେ ନୂଆମନ୍ତ୍ରୀ ମଣ୍ଡଳ ଗଠନ ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ କୈଣସି ମିଶ୍ରଣ ପର୍ବ ହୋଇପାରି ନ ଥିଲା। ହେଲେ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଏକ ଫଟୋରୁ ସ୍ପଷ୍ଟ ହୋଇଥିଲା।

ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ବରରୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ବିଜେଡି ଗତ 2019 ମସିହା ନିର୍ବାଚନରେ ତାଙ୍କୁ ଟିକେଟ ନ ଦେଇ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା। ସେଥିରେ ସେ ହାରିଯାଇଥିଲେ। ଏଥର ନିର୍ବାଚନରେ ଶ୍ରୀ ପାଟ୍ଟଶାଣୀ ମଧ୍ୟ ଟିକେଟ ପାଇବେ ବୋଲି ଆଶା କରିଥିଲେ। ଏପରିକି ଶେଷ ମୂହୁର୍ତ୍ତରେ ତାଙ୍କୁ ଚିଲିକାରୁ ଟିକେଟ ଦିଆଯିବ ବୋଲି ନବୀନ ନିବାସରେ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ହୋଇପାରି ନ ଥିଲା।

Share This Article