ବିଜେଡି ହାରିବାର କାରଣ ନେଇ ପୂର୍ବତନ ବିଧାୟକ ମହିଧର ରଣା କହିଲେ ଏପରି କଥା

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ଚଳିତ ନିର୍ବାଚନ ରେ କାହିଁକି ହାରିଲା। ଏ ନେଇ ବିଭିନ୍ନ ଦଳୀୟ ନେତାଙ୍କ ଭିନ୍ନଭିନ୍ନ ବୟାନ ଆସିବାରେ ଲାଗିଛି। କାରଣ ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ନେତାମାନେ ସେମାନଙ୍କ ରୋଷକୁ ବ୍ୟକ୍ତ କରିବାରେ ଲାଗିଛନ୍ତି। ପୂର୍ବରୁ ବରିଷ୍ଠ ନେତା ପ୍ରଦୀପ ମାଝୀ, ଅବିନାଶ ସାମଲ ପରେ ଆଜି କଣ୍ଟାମାଳର ପୂର୍ବତନ ବିଧାୟକ ମହିଧର ରଣା ଏହାର କାରଣ ସଂପର୍କରେ କହିଛନ୍ତି।

ମହିଧର କହିଛନ୍ତି ଯେ ବିଜେଡି ଦଳ ଭିତରେ ନେତାଙ୍କ ଗୋଡ ଟଣାଟଣି ହିଁ ଏହାର ମୁଖ୍ୟ କାରଣ। ଏଥିସହିତ ନିର୍ବାଚନ ସମୟରେ ତୃଣମୂଳ ସ୍ତରରେ ଥିବା ନେତାମାନଙ୍କୁ ପଚରାଗଲା ନାହିଁ। ଦଳୀୟ ସରପଞ୍ଚ, ଅଧ୍ୟକ୍ଷ, କାଉନସିଲର ଏମାନଙ୍କୁ ଗୁରୁତ୍ବ ଦିଆଗଲା ନାହିଁ। ଫଳରେ ଦଳର ବିପର୍ଯ୍ୟୟ ହେଲା ବୋଲି ସେ କହିଛନ୍ତି। ସେହିପରି ମହିଧର କହିଛନ୍ତି ଯେ, ଏଥର ଦଳର ନିର୍ବାଚନ ଇସ୍ତାହାର ସେପରି ଆଖିଦୃଶିଆ ନ ଥିଲା। ଫଳରେ ଦଳ ହାରିଲା ବୋଲି ସେ ନିଜର ମତ ଦେଇଛନ୍ତି।

Share This Article