ବିଜେଡି ଉପରେ ବର୍ଷିଲେ ସୌମ୍ୟରଂଜନ ପଟ୍ଟନାୟକ, କହିଲେ ଏପରି କଥା

Odisha Hot News
1 Min Read

ଭୁବନେଶ୍ବର: ପୁଣିଥରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏଥର ସେ ପରୋକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ ବର୍ତ୍ତମାନ ସରକାରଙ୍କୁ ବଞ୍ଚେଇବା ପାଇଁ ପୁରୁଣା ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ବହୁବାର ବିଜେଡିକୁ ସମାଲୋଚନା କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ।

ଏଥର ସେ କହିଛନ୍ତି ଯେ, ପୂର୍ବ ବିଜେଡି ସରକାର 24 ବର୍ଷ ଶାସନ କରିଛନ୍ତି। ଏଥର ସରକାରକୁ ମାତ୍ର 100 ଦିନ ହୋଇଛି। ଏହି ଅଳ୍ପଦିନରେ ତାଙ୍କ ଠାରୁ ବହୁତ କିଛି ଆଶା କରାଯାଇ ନ ପାରେ। ଭରତପୁର ଥାନା ଘଟଣା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଉତ୍ତରରେ ସେ କହିଥିଲେ ଯେ, ବର୍ତ୍ତମାନ ସରକାରଙ୍କୁ ସମୟ ଦିଆଯାଉ। ଅନ୍ତତଃ ତାଙ୍କୁ 200 ଦିନ ସମୟ ଦିଆଯାଉ। ତାପରେ ଯଦି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବ ତେବେ ତାଙ୍କୁ ସମାଲୋଚନା କରାଯିବ।

Share This Article