ବାଲୁକା କଳାରେ ନୂଆବର୍ଷ 2025 କୁ ସ୍ବାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ନୂଆବର୍ଷ 2025। ସେଥିପାଇଁ ସାରା ବିଶ୍ବ ବେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାଲିଥିଲା ରଂଗାରଂଗ କାର୍ଯ୍ୟକ୍ରମ। ସେହି ରଂଗୀନ ପରିବେଷ ମଧ୍ୟରେ ପ୍ରବେଶ କରିଛି 2025 ମସିହା।

ତେବେ ଏହି ନୂଆ ବର୍ଷକୁ ଭିନ୍ନ ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ନିଜ ବାଲୁକା କଳା ଭିତରେ ପ୍ରଭୃ ଜଗନ୍ନାଥଙ୍କୁ ସ୍ଥାପନା କରି ସାରା ବିଶ୍ବକୁ ସେ ନୂଆବର୍ଷ ଉପଲକ୍ଷେ ସ୍ବାଗତ କରିଛନ୍ତି।

ପ୍ରତିବର୍ଷ ସୁଦର୍ଶନ ଏହିପରି ଭିନ୍ନ ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କରିଥାନ୍ତି। ଏଥରେ ସେ ବିଶ୍ବ ପରିବେଷ ସଚେତନାତା ନେଇ ସେ ତାଙ୍କ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି।

Share This Article