ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ସ୍ବର୍ଗଦ୍ବାରରେ ହେବ

Odisha Hot News
1 Min Read

ଭୁବନେଶ୍ବର: ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ। ଏ ନେଇ ପରିବାର ତରଫରୁ ସୂଚନା ପ୍ରଦାନ କରାଯାଇଛି। ତାଙ୍କର ପୁଅ ସିଙ୍ଗାପୁରରେ ଥିବାରୁ ସେ ଆସନ୍ତାକାଲି ଆସି ପହଞ୍ଚିବେ। ସେ ଆସିବା ପରେ ତାଙ୍କର ମରଶରୀର ସତ୍କାର ପାଇଁ ନିଆଯିବ ବୋଲି ଜଣାପଡିଛି।

ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ସେହି ଅନୁସାରେ ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଇଛି। ସୂଚନା ଯୋଗ୍ୟ ଯେ, କବି ରମାକାନ୍ତ ରଥଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା। ସେ ଶ୍ରୀରାଧା ପରି ବହୁ ପୁସ୍ତକ ରଚନା କରି ଭାରତୀୟ ସାହିତ୍ୟରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି।

Share This Article