ପୁଣି ପ୍ରଘଟ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର!: ଗଣିତର ଦୁଇଟି ସେଟ ଭାଇରାଲ ହେଉଥିବା ଅଭିଯୋଗ

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟରେ ମାଟ୍ରିକ ପରୀକ୍ଷା ଜାରି ରହିଛି। ବଡ ଉତ୍ସାହର ସହ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ସେପଟେ ବୋର୍ଡ ମଧ୍ୟ ପରୀକ୍ଷାକୁ ସୂଚାରୁ ରୂପେ ସମାପ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି। ସେଥିପାଇଁ ପରୀକ୍ଷା ସମୟରେ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହେଉ, ମାଧ୍ୟମିକ ଶିକ୍ଷା ପରିଷଧ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

ହେଲେ ଆଜି ଗଣିତ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଖବର ମିଳୁଛି। ସୋସିଆଲ ମିଡିଆରେ ଗଣିତ ପ୍ରଶ୍ନ ପତ୍ର ଘୂରିବୁଲିଥିବା ଅଭିଯୋଗ ହେଉଛି। କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ ଭାଇରାଲ ହେଉଥିବା ଜଣାପଡିଛି। ତେବେ ଏହାର ସତ୍ୟତା ଜଣାପଡିନାହିଁ। ଏନେଇ ବୋର୍ଡ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share This Article