ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ, ଗଂଜାମ କାର୍ଯ୍ୟକ୍ରମ ବେଳେ ଘଟିଲା ଏହି ଅଘଟଣ

Odisha Hot News
1 Min Read

ଭୁବନେଶ୍ବର: ଆଜି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉପରକୁ ଜଣେ ବ୍ୟକ୍ତି ଟମାଟୋ ମାଡ କରିଛି। ଆଜି ପାଣ୍ଡିଆନ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଗସ୍ତ ବେଳେ ଏହି ଘଟଣା ଘଟିଛି। ଲୋକଟି ଟମାଟୋ ଫିଙ୍ଗି ପଳାଇଯାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ତାକୁ କାବୁ କରିଥିଲେ। ପରେ ପୋଲିସ ତାଙ୍କୁ କବଜା କରିଥିଲା।

ତେବେ ଏହି ଘଟଣା ପରେ ମଧ୍ୟ ପାଣ୍ଡିଆନ ସେହି କାର୍ଯ୍ୟକ୍ରମକୁ ବାତିଲ କରି ନ ଥିଲେ। ସେ ସେଠାରେ ଉପସ୍ଥିତ ଲୋକଙ୍କୁ ଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ମୋ ଉପରକୁ ଟମାଟୋ ଫିଙ୍ଗ, ଚପଲ ଫିଙ୍ଗ, ଗୁଳି ମାର ମୁଁ କେବେ ଅଟକିବି ନାହିଁ। ମୁଁ ଆପଣମାନଙ୍କୁ ଦେଖାକରିବାକୁ ଆସିବି। ସମସ୍ୟା ବୁଝିବାକୁ ଆସିବି।

ତେବେ ଯେଉଁ ବ୍ୟକ୍ତି ଟମାଟୋ ମାରିଛି ସେ କଂଗ୍ରେସର ଜଣେ କର୍ମି ବୋଲି ଜଣାପଡିଛି।

Share This Article