ନୂଆ ବିଧାୟକଙ୍କୁ ଅଲଗା ପ୍ରଶିକ୍ଷଣ ଦେବ ବିଜେଡି, ଆସନ୍ତା 25 ତାରିଖରୁ ହେବ ଆରମ୍ଭ

Odisha Hot News
0 Min Read

ଭୁବନେଶ୍ବର: ବିଜେଡି ତାହାର ନୂଆ ବିଧାୟକଙ୍କୁ ଅଲଗା ପ୍ରଶିକ୍ଷଣ ଦେବ। ସରକାରୀ ସ୍ତରରେ ଆୟୋଜିତ ପ୍ରଶିକ୍ଷଣକୁ ଦଳ ବର୍ଜନ କରିଛି। ଗତକାଲି ବିଧାନସଭାରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ଡକାଯାଉଥିବା ପ୍ରତିବାଦ କରି ଉଭୟ କଂଗ୍ରେସ ଓ ବିଜେଡି ସେହି ଶିବିରକୁ ବର୍ଜ୍ଜନ କରିଛନ୍ତି।

ବର୍ତ୍ତମାନ ବିଜେଡି ଆସନ୍ତା 25 ତାରିଖରେ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ ଶିବିର କରିବ। ଏଥିରେ ଦଳର ନୂଆ ବିଧାୟକମାନଙ୍କୁ ଅଭିଜ୍ଞ ବିଧାୟକମାନେ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଦଘାଟନ କରି ନିଜର ଅଭିଭାଷଣ ରଖିବେ।

Share This Article