ନିର୍ବାଚନ ପାଖେଇ ଆସିଲା ବେଳକୁ ମହମ୍ମଦ ମୋକିମଙ୍କ ବଢିଲା ଅଡୁଆ

Odisha Hot News
1 Min Read

ଭୁବନେଶ୍ବର: ପୁଣି ଅଡୁଆରେ କଟକ ବାରବାଟୀ ନେତା ମହମ୍ମଦ ମୋକିମ। ନିର୍ବାଚନ ପାଖେଇ ଆସୁଥିବା ବେଳେ ତାଙ୍କର ଅଡୁଆ ବଢିବାରେ ଲାଗିଛି। ଆଜି ଓଡିଶା ହାଇକୋର୍ଟ ମୋକିମଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ କାୟମ ରଖିଛନ୍ତି। ତଳ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା କାୟମ ରଖି ମୋକିମଙ୍କୁ ଅପିଲକୁ ରଦ୍ଦ କରିଦେଇଛନ୍ତି।

ମେଟ୍ରୋ ବିଲଡର ପରିଚାଳନା ନିର୍ଦ୍ଦେଶକ ମୋକିମଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେ ଓଡିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମରୁ ଗରିବ ଲୋକଙ୍କ ପାଇଁ ଘର ତୋଳିବା ପାଇଁ ନେଇଥିବା ଋଣ ଦୁର୍ନିତିରେ ଛନ୍ଧି ହୋଇଛନ୍ତି। ଏହି ମାମଲା ଶୁମା କରି ଭିଜିଲାନସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ବିରୋଧରେ ମୋକିମ ହାଇକୋର୍ଟ ଯାଇଥିଲେ।

Share This Article